ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହେଲା ଲାଲୁଙ୍କ ବଡପୁଅ ତେଜପ୍ରତାପଙ୍କ ନିର୍ବନ୍ଧ

ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ବିବାହ ଚଳିତ ବର୍ଷ ମେ ୧୨ ତାରିଖରେ ହେବାକୁ ଯାଉଛି। ଏହା ପୂର୍ବରୁ ବୁଧବାର ପାଟନାରେ ତାଙ୍କର ର୍ନିବନ୍ଧ କାର୍ଯ୍ୟ ଶେଷ ହୋଇଯାଇଛି। ତେଜପ୍ରତାପଙ୍କ ବିବାହ ବିହାରର ପୂର୍ବ ମୁ୍‌ଖ୍ୟମନ୍ତ୍ରୀ ଦରୋଗା ପ୍ରସାଦ ରାୟଙ୍କ ନାତୁଣୀ ଐଶୋର୍ଯା ରାୟଙ୍କ ସହ ସ୍ଥିର ହୋଇଥିବାବେଳେ ସେ ଆରଜେଡି ବିଧାୟକ ଏବଂ ପୂର୍ବମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଅଟନ୍ତି।

ର୍ନିବନ୍ଧ ସମୟରେ ତେଜପ୍ରତାପ ନୀଳ ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ଐଶୋର୍ଯା ମଧ୍ୟ ଭାବିସ୍ୱାମୀଙ୍କ ପୋଷାକକୁ ମ୍ୟାଚିଙ୍ଗ୍‌ କରି ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଐଶୋର୍ଯା ପଟନାରେ ବିଦ୍ୟାଳୟ ପାଠ୍ୟକ୍ରମ ଶେଷ କରିଥିବାବେଳେ ଦିଲ୍ଲୀର ଦୋଲତ ରାମ କଲେଜରେ ଇତିହାସରେ ସ୍ନାତକ ହାସଲ କରିଛନ୍ତି।

ସ୍ୱାମୀ ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ସ୍ତ୍ରୀ ରାବିଡି ଦେବୀ ନିର୍ବନ୍ଧ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପର୍ଣ୍ଣ କରିଛନ୍ତି।

ସମ୍ବନ୍ଧିତ ଖବର