ଫଳାଫଳ ଆସିବା ପରେ ପରୀକ୍ଷାରେ ଫେଲ୍ ହୋଇଥିବା ଜାଣି ଆତ୍ମହତ୍ୟା କରିଥିଲେ ଯୁବତୀ, ପୁନଃମୂଲ୍ୟାୟନର ମାସକ ପରେ ଆସିଲା ପାସ୍‌ ମାର୍କ, କିନ୍ତୁ ପରେ…

ହାଇଦ୍ରାବାଦ୍‌ : ତେଲେଙ୍ଗାନାରେ ଅପ୍ରେଲ ୧୮ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅନାମିକା ନାମକ ଜଣେ ଯୁବତୀ କମ ମାର୍କ ରଖି ଅସଫଳ ହୋଇଥିବାରୁ ଆତ୍ମହତ୍ୟା କରିଥିଲେ । ପରେ ପନଃମୂଲ୍ୟାୟନ କରାଯିବାରୁ ଅନାମିକା ପାସ୍‌ ମାର୍କ ରଖିଥିବା ସାମ୍ନାକୁ ଆସିଛି । ଯାହାକୁ ନେଇ ପରିବାର ଲୋକେ ଏବେ ତେଲେଙ୍ଗାନା ଷ୍ଟେଟ୍‌ ବୋର୍ଡ ଅଫ୍‌ ଇଣ୍ଟରମିଡିଏଟ୍‌ ଏଜୁକେସନକୁ ଦାୟୀ କରିଛନ୍ତି ।

indiatimes.com

ସୂଚନା ମୁତାବକ, ଅନାମିକା ତେଲୁଗୁ ପେପରରେ ୨୦ମାର୍କ ରଖି ଅସଫଳ ହେବା ପରେ ଆତ୍ମହତ୍ୟା କରିଥିଲେ । କିନ୍ତୁ ପନଃମୂଲ୍ୟାୟନ ପରେ ଅନାମିକାଙ୍କର ତେଲୁଗୁ ପେପରରେ ୪୫ମାର୍କ ଆସିଥିଲା । ଫଳାଫଳ ବାହାରିବା ପରେ ୨୩ଜଣ ଛାତ୍ର-ଛାତ୍ରୀ ଅସଫଳ ହୋଇ ମୃତ୍ୟୁବରଣ କରିବା ପରେ ହାଇକୋର୍ଟ ପନଃମୂଲ୍ୟାୟନ ପାଇଁ ଆଦେଶ ଦେଇଥିଲେ । ଯାହା ପରେ ଅନାମିକାଙ୍କର ତେଲୁଗୁ ପେପରରେ ୪୫ମାର୍କ ଥିବା ଜଣା ପଡ଼ିଥିଲା । କିନ୍ତୁ ପରେ ଏହାକୁ କ୍ଲରିକାଲ ଏରର ବୋଲି କହି ତେଲୁଗୁ ପେପରରେ ଅନାମିକା ୨୧ମାର୍କ ରଖିଥିବା ନେଇ ତେଲେଙ୍ଗାନା ଷ୍ଟେଟ୍‌ ବୋର୍ଡ ଅଫ୍‌ ଇଣ୍ଟରମିଡିଏଟ୍‌ ଏଜୁକେସନ ତରଫରୁ କୁହାଯାଇଥିଲା । ବାରମ୍ବାର ଏଭଳି ନମ୍ବର ବଦଳାଉଥିବା ଦେଖି ଅନାମିକାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ତେଲେଙ୍ଗାନା ଷ୍ଟେଟ୍‌ ବୋର୍ଡ ଅଫ୍‌ ଇଣ୍ଟରମିଡିଏଟ୍‌ ଏଜୁକେସନକୁ ଦାୟୀ କରି କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର