ସମ୍ମାନିତ ହେବାର ଦିନକ ପରେ ୧୭,୦୦୦ଟଙ୍କା ଲାଞ୍ଚ ମାଗିଥିବାରୁ ଗିରଫ ହେଲେ କନେଷ୍ଟବଳ

ନୂଆଦିଲ୍ଲୀ : ଗୋଟେ ସେକେଣ୍ଡ ମଧ୍ୟରେ କାହା ସହ କ’ଣ ଘଟିବ, ତାହା କେହି ପାରିବେ ନାହିଁ । କିଛି ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହବୁବ୍‌ନଗର ଜିଲ୍ଲାରେ । ଏଠାରେ ଟାଉନ୍‌ ପୁଲିସ ଷ୍ଟେସନରେ ମୁତୟନ ଥିବା ପଲ୍ଲେ ତିରୁପତି ରେଡ୍ଡୀଙ୍କ ସହ ୨୪ଘଣ୍ଟା ଭିତରେ ଯାହା ଘଟିଛି, ତାହା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି । ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ତାଙ୍କୁ ଭଲ କନେଷ୍ଟବଳ ହିସାବରେ ସମ୍ମାନିତ କରାଯାଇଥିବା ବେଳେ ଅଗଷ୍ଟ ୧୬ ତାରଖିରେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ୧୭,୦୦୦ଟଙ୍କା ଲାଞ୍ଚ ନେଉଥିବାରୁ ତାଙ୍କୁ ପୁଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି ।

Palle Thirupati Reddy
indiatimes.com

ସୂଚନା ମୁତବକ, ତିରୁପତି ରମେଶନାମକ ଜଣେ ଯୁବକଙ୍କୁ ମିଛ ମାମଲାରେ ଫସାଇ ଦେବାର ଧମକ ଦେଇ ତାଙ୍କଠାରୁ ଟଙ୍କା ନେଉଥିଲେ । ରମେଶ ନିଜ ଟ୍ରାକ୍ଟରରେ ବାଲି ବୋହିବା କାମ କରୁଥିବା ବେଳେ ତିରୁପତି ଗତ ମାସରେ ତାଙ୍କୁ ଧମକାଇ ୧୭,୦୦୦ଟଙ୍କା ଦେବା ପାଇଁ କହିଥିଲେ । ଏହା ପରେ ରମେଶ ବରିଷ୍ଠ ଅଧିକାରୀଙ୍କୁ ସଂପର୍କ କରି ପୂରା ଘଟଣା ଜଣାଇଥିଲେ । ମାମଲା ଜାଣି ପୁଲିସର ବରିଷ୍ଠ ଅଧିକାରୀ ଜାଲ ବିଛାଇବା ସହ ରମେଶଙ୍କଠାରୁ ଟଙ୍କା ନେବା ସମୟରେ ତିରୁପତିକୁ ଗିରଫ କରିଥିବା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର