କେ ଚନ୍ଦ୍ରଶେଖର ରାଓଙ୍କ ଅଫିସ୍ରୁ ଭାଇରାଲ୍ ହୋଇଥିବା ନକଲି ଅଡିଓ କ୍ଲିପ୍ ମାମଲାର ପୂର୍ଣ୍ଣ ଦତନ୍ତ ପାଇଁ ନିର୍ଦ୍ଦେଶ
ହାଇଦ୍ରାବାଦ୍: ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଫିସ୍ର ଜଣେ କର୍ମଚାରୀଙ୍କର ଜଣେ ଅଜଣା କଲ୍ର ସହ କଥା ହେଉଥିବା ବେଳର ବିବାଦୀୟ ନକଲି ଅଡିଓ କ୍ଲିପ୍ ସୋସିଆଲ୍ ମିଡିଆରେ ଘୂରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ମାମଲା ରୁଜ୍ଜୁ ହୋଇଥିଲା। ଏବେ ଏହି ନକଲି ଅଡିଓ କ୍ଲିପ୍ର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
Telangana Chief Minister’s Office: Somebody created a fake audio claiming it was from the CM office staff. The CM office staff have registered a complaint with the City Police Commissioner to stop the spread of this fake news and also take action against the culprits. (14.10) https://t.co/ZeonATY8hh
— ANI (@ANI) October 14, 2019
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଟେଲିଫୋନ୍ର ବାର୍ତ୍ତାଳପ କିଛି ଦିନ ତଳେ ଭାଇରାଲ୍ ହୋଇଥିଲା। ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ନକଲି ବୋଲି ଜାଣିବାକୁ ମିଳିଥିଲା। ତେବେ କିଏ ଓ କାହିଁକି ଏପରି କରିଛି ତାହାର ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଶାସ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ଦାବି ନିର୍ଦ୍ଦେଶ ଦେଇଛନ୍ତି।