ଏବେ ବିମାନ ଯାତ୍ରା ବେଳେ ମୋବାଇଲ ଏବଂ ଇଣ୍ଟରନେଟ୍‌ର ବ୍ୟବହାର କରିହେବ :ଟେଲିକମ କମିସନ ମଞ୍ଜୁରୀ ଦେଲେ

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ର ବ୍ୟବହାର କରି ପାରୁ ନଥିଲେ । ଯାହାଫଳରେ ଅନେକ ସମୟରେ ସେମାନେ ସୂଚନା ଦେବାନେବା କରିବାରେ ବିଫଳ ହେଉଥିଲେ । ତେବେ ଯାତ୍ରୀମାନଙ୍କର ଏହି ଅସୁବିଧାର ସମାଧାନ କରିଛି ଟେଲିକମ କମିଶନ୍‌ । ଏବେ ବିମାନରେ ଯାତ୍ରୀମାନେ ମୋବାଇଲ କଲ୍‌ କରିପାରିବା ସହ ଏବଂ ଇଣ୍ଟରନେଟ୍‌ର ବ୍ୟବହାର ମଧ୍ୟ କରିପାରିବେ ବୋଲି ଟେଲିକମ୍‌ କମିଶନ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି । ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହା ଲାଗୁ ହେବ ବୋଲି ସୂଚନା ମିଳିଛି। କିନ୍ତୁ ଏହି ସୁବିଧା ଯାତ୍ରୀମାନଙ୍କୁ କିଛି ସର୍ତ୍ତ ସହିତ ମିଳିବ ବୋଲି ମଙ୍ଗଳବାର ହୋଇଥିବା ବୈଠକରେ ସମସ୍ତଙ୍କୁ ଜଣାଇ ଦିଆଯାଇଛି ।

Newsheads

କେନ୍ଦ୍ର ଦୂରସଞ୍ଚାର ସଚିବ ଅରୁଣ ସୁନ୍ଦରାଜନଙ୍କ କହିବା ଅନୁଯାୟୀ, ଇଣ୍ଟରନେଟ୍‌ ସୁବିଧା ପାଇଁ ଟ୍ରାଇ କରିଥିବା ଆବେଦନକୁ ଟେଲିକମ କମିଶନ ମଞ୍ଜୁରୀ ଦେଇଛି । ଏହା ସହ ଟେଲିକମ ସହ ଜଡ଼ିତ ଥିବା ସମସ୍ୟାର ସମାଧାନ ପାଇଁ ଲୋକପାଲ ତିଆରି କରିବା ପାଇଁ ହୋଇଥିବା ଆବେଦନକୁ ମଧ୍ୟ ମଞ୍ଜୁରୀ ଦେଇଛି ଟେଲିକମ କମିଶନ । ଲୋକପାଲକୁ ଟ୍ରାଇ ଅଧୀନରେ ଗଠନ କରାଯିବା ସହ ଏଥି ପାଇଁ ଟ୍ରାଇ ଅଧିନିୟମରେ ସଂଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ଅରୁଣ ସୁନ୍ଦରାଜନ । ତାଙ୍କ କହିବା ଅନୁଯାୟୀ, ଟେଲିକମ ବିଭାଗ ପାଖକୁ ପ୍ରତି ତିନି ମାସରେ ପାଖାପାଖି ଏକ କୋଟି ଅଭିଯୋଗ ଆସୁଛି । ଯାହାର ଠିକ୍‌ ସମୟରେ ସମଧାନ ହୋଇପାରୁ ନାହିଁ । କିନ୍ତୁ ଲୋକପାଲ ଗଠନ ଦ୍ୱାରା ଏହାର ସମାଧାନ ଠିକ୍‌ ସମୟରେ ହୋଇ ପାରିବ ।

ସମ୍ବନ୍ଧିତ ଖବର