ଟେଲିଫୋନ ସେବା ବନ୍ଦ ଥିବାରୁ ଲୋକଙ୍କ ଜୀବନ ବଞ୍ଚିପାରିଛି : ସତ୍ୟପାଲ ମଲ୍ଲିକ, ଜମ୍ମୁ ଓ କଶ୍ମୀର ରାଜ୍ୟପାଳ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସରକାରଙ୍କ ପକ୍ଷରୁ ଯୋଗାଯୋଗ ବ୍ୟବସ୍ଥାକୁ ବନ୍ଦ କରାଯିବାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ସେ କହିଛନ୍ତି ଯେ ଯଦି ଟେଲିଫୋନ ସେବା ବନ୍ଦ ହେବା ଦ୍ୱାରା ଲୋକଙ୍କ ଜୀବନ ରକ୍ଷା ହୋଇପାରୁଛି ତେବେ ସେଥିରେ ଭୁଲ କେଉଁଠି ରହିଲା ?

ପୂର୍ବରୁ ଯେତେ ଥର କଶ୍ମୀରରେ କୌଣସି ବଡ଼ ଘଟଣା ଘଟିଛି ତେବେ ହିଂସା ଯୋଗୁଁ ପ୍ରଥମ ସପ୍ତାହରେ ଅତି କମରେ ୫୦ ଲୋକ ମୃତ୍ୟୁବରଣ କରିଛନ୍ତି । ଏଥର କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ କୌଣସି ଜୀବନହାନୀ ହୋଇନାହିଁ । ସେ କହିଛନ୍ତି ଯେ ଖୁବଶୀଘ୍ର ଘାଟିରେ ଟେଲିଫୋନ ସେବା ସ୍ୱାଭାବିକ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ କଶ୍ମୀରରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଅଭାବ ଦେଖାଯିବା କଥା ମିଛ । ରାଜ୍ୟରେ ଯଥେଷ୍ଟ ପରିମାଣରେ ଔଷଧ ଗଚ୍ଛିତ ରହିଛି । ଇଦ ସମୟରେ କଶ୍ମୀରର ବିଭିନ୍ନ ପରିବାରକୁ ଖାଦ୍ୟସାମଗ୍ରୀ ପ୍ରଦାନ କରାଯାଇଥିଲା । ଶ୍ରୀ ମଲ୍ଲିକ ଆଜି ନୂଆଦିଲ୍ଲୀ ଆସି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର