ନୂଆଦିଲ୍ଲୀ: ସଂପ୍ରତି ଦେଶରେ କରୋନା ଭାଇରସ୍ ବା କୋଭିଡ୍- ୧୯ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲାଗୁଥିବା ୨୧ ଦିନିଆ ‘ଲକ୍ଡାଉନ’ର ଅବଧି ଆସନ୍ତା ୧୪ ତାରିଖ ମଧ୍ୟରାତ୍ରରେ ଶେଷ ହେଉଛି। ତେବେ, ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡାଉନ୍କୁ ନ ଉଠାଇ ଏହାର ଅବଧିକୁ ଆହୁରି ବଢ଼ାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ।
Telangana Chief Minister's Office now clarifies that CM K Chandrasekhar Rao suggested extension of lockdown for 2 more weeks (after April 15). He took a reference from BCG report which suggested lockdown in India will be good until June 3. No announcement of extension yet. pic.twitter.com/dxLb89RapT
— ANI (@ANI) April 6, 2020
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ କରିଥିବା ଏକ ଟୁଇଟରେ ଏହି ପରାମର୍ଶ ଦେବା ସହ ବୋଷ୍ଟନର ଏକ କନସଲଟିଂ ଗ୍ରୁପ୍ ଲକ୍ଡାଉନ୍କୁ ଜୁନ୍ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ପରାମର୍ଶ ଦେଇଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଗତ ଶନିବାର ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ କରି ଲକ୍ଡାଉନ୍ ଉଠାଇବା ନେଇ ପରାମର୍ଶ ମାଗିଥିଲେ।