ତେଲେଙ୍ଗାନା‌ରେ ହୱାଲା ର‍୍ୟାକେଟ୍‌ : ୭.୫ କୋଟି ଟଙ୍କା ଜବତ

ହାଇଦ୍ରାବାଦ୍‌: ଆସନ୍ତା ଡିସେମ୍ବର ୭ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ରାଜ୍ୟରେ ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରକ୍ରିୟା ଜୋର୍‌ସୋରରେ ଚାଲିଛି। ରାଜ୍ୟରେ ହୱାଲା ର‍୍ୟାକେଟ୍‌ ଠାବ ‌ହୋଇଛି। ହାଇଦ୍ରାବାଦ୍‌ ପୁଲିସ ୪ ହୱାଲା ଅପରେଟରଙ୍କଠାରୁ ୭.୫ କୋଟି ଟଙ୍କା ଜବତ କରିଛି। ହାଇଦ୍ରାବାଦ୍‌ ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଏବେ ବିପୁଳ ପରିମାଣରେ ଟଙ୍କା ଅନ୍ୟ ରାଜ୍ୟ ଗୁଡ଼ିକରୁ ରାଜ୍ୟକୁ ପ୍ରବେଶ କରୁଛି। ରାଜ୍ୟରେ ଥିବା ହୱାଲା ଅପରେଟରମାନେ ଏହି ଟଙ୍କାକୁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ବ୍ୟବହାର କରୁଛନ୍ତି। ହୱାଲା ସଂଚାଳକଙ୍କ ସେଲ୍‌ କମ୍ପାନି ଆକାଉଣ୍ଟ୍‌କୁ ଏହି ଟଙ୍କା ଅନଲାଇନ୍‌ରେ ପଠାଯାଉଛି। ହାଇଦ୍ରାବାଦ ପୁଲିସ ଏଯାବତ୍‌ ୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଏବଂ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମଦ ଜବତ କରିଛି।

ସମ୍ବନ୍ଧିତ ଖବର