ତେଲୁଗୁ ଅଭିନେତ୍ରୀ ନାଗା ଝାନ୍‌ସୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌: ତେଲୁଗୁ ଟିଭି ‌ଅଭିନେତ୍ରୀ ନାଗା ଝାନ୍‌ସୀ ଆଜି ଆତ୍ମହତ୍ୟା କରିଦେଇଛନ୍ତି। ହାଇଦ୍ରାବାଦ୍‌ ସ୍ଥିତ ତାଙ୍କ ବାସଭବନରେ ୨୧ ବର୍ଷୀୟା ଏହି ଟିଭି ଅଭିନେତ୍ରୀ ଆତ୍ମହତ୍ୟା କରିଦେବା ଘଟଣା ଏବେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଏହି ଅଭିନେତ୍ରୀ ମା’ ଟିଭିରେ ‘ପବିତ୍ର ବନ୍ଧନ’ ସିରିୟଲ୍‌ରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ସେ ମଧ୍ୟ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ‌ତେବେ ପୁଲିସ ସୂତ୍ରରୁ ଜଣାଯାଇଛି ଯେ ପ୍ରେମରେ ବିଫଳ ହେବାରୁ ଝାନ୍‌ସୀ ଆତ୍ମହତ୍ୟା କରିଦେଇଛନ୍ତି। ଅଭିନେତ୍ରୀଙ୍କ ସମ୍ପର୍କୀୟଙ୍କ ସୁତ୍ରରୁ ଜଣାଯାଇଛି ଯେ ଗତ ୬ ମାସ ହେବ ସେ ତାଙ୍କର ଜଣେ ଦୂର ସମ୍ପର୍କୀୟଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତେବେ ଗତ କେଇ ଦିନ ଧରି ସେ ଖୁବ୍‌ ବିଷାଦରେ ରହୁଥିଲେ ବୋଲି ତାଙ୍କ ପରିବାର ସଦସ୍ୟଙ୍କ ସୂତ୍ରରୁ ଜଣାଯାଇଛି। ତେଣୁ ପ୍ରେମରେ ବିଫଳ ହେବାପରେ ଝାନ୍‌ସୀ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପୁଲିସ ଅନୁମାନ କରୁଛି। ସୂଚନାନୁଯାୟୀ ଝାନ୍‌ସୀ ତାଙ୍କ ଫ୍ଲାଟ୍‌ରେ ଏକାକୀ ଥିଲେ।

ସମ୍ବନ୍ଧିତ ଖବର