ଋଣଦାତାଙ୍କ ଜୁଲମ୍‌ : ଗୋଟିଏ ପରିବାରର ୧୦ଜଣ ମାଗିଲେ ‘ଇଚ୍ଛା ମୃତ୍ୟୁ’ ଲାଗି ଅନୁମତି

ଅହ୍‌ମଦାବାଦ୍‌ : ଗୁଜୁରାଟର କଲୋଲରେ ଗୋଟିଏ ପରିବାରର ୧୦ଜଣ ସଦସ୍ୟା ଇଚ୍ଛା ମୃତ୍ୟୁପାଇଁ ଅନୁମତି ମାଗିଛନ୍ତିି । ଏଥିପାଇଁ ପରିବାର ତରଫରୁ ଗୁରୁବାର ଜିଲ୍ଲା ଅଧିକାରୀଙ୍କ ପାଖକୁ ଚିଠି ପଠାଯାଇଥିବା ଜଣା ପଡ଼ିଛି । ସୁଧରେ ଟଙ୍କା ଆଣି ଫେରାଇ ନ ପାରିବାରୁ ଋଣଦାତା ତାଙ୍କ ଉପରେ ଜୁଲୁମ କରିବା ଆରମ୍ଭ କରିଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ପରିବାରଲୋକେ ଏହି ବାଟ ଆପଣାଇଥିବା ସୂଚନା ମିଳିଛି । ଜିଲ୍ଲା ଅଧିକାରୀଙ୍କୁ ଦିଆଯାଇଥିବା ପତ୍ର ଅନୁଯାୟୀ ଘରର ମୁଖିଆ ଗିରିଧର କୁଡ଼ିଆଙ୍କ ବଡ଼ ପୁଅ ପଙ୍କଜ ବିମୁଦ୍ରାକରଣ ସମୟରେ ଜିତେନ୍ଦ୍ର ଜସଓ୍ଵାନି ଏବଂ ଇକ୍‌ବାଲସା ଦିବାନଙ୍କଠାରୁ ୩୦ଲକ୍ଷ ଟଙ୍କା ଧାର ଆଣିଥିଲେ । କିନ୍ତୁ ପରେ ପଙ୍କଜ ଟଙ୍କା ଫେରାଇ ପାରି ନ ଥିଲେ, ଯାହା ପରେ ଋଣଦାତା ଚାପ ସୃଷ୍ଟି କରିବା ଆରମ୍ଭ କରିଥିଲେ । ବାରମ୍ବାର ଚାପ ସୃଷ୍ଟି ହେବାରୁ ପଙ୍କଜ ଘର ଛାଡ଼ି ଚାଲି ଯାଇଥିଲେ । ପଙ୍କଜଙ୍କ ଏହି କାମ ବିଷୟରେ ଜାଣି ଋଣ ଦାତା ପାଞ୍ଚଗୁଣ ସୁଧ ବଢ଼ାଇ ଏକ କୋଟି ଟଙ୍କା ଦେବା ପାଇଁ ଚାପ ପକାଇବାକୁ ଲାଗିିଲେ ।

The Indian Express

ପଙ୍କଜଙ୍କୁ ଖୋଜିବା ପାଇଁ ପୁଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳି ପାରି ନାହିଁ । ପଙ୍କଜଙ୍କ ଦୋକାନ ଏବେ ଋଣଦାତା ନେଇ ସାରିଥିବା ବେଳେ ଘର ଉପରେ ମଧ୍ୟ କବ୍‌ଜା କରିବେ ବୋଲି ଧମକ ଦେଇଛନ୍ତି । ଏତେ ସବୁ ମାନସିକ ଅବସାଦରେ ରହିବା ଅପେକ୍ଷା ଆମମାନଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ଗିରିଧର ପତ୍ରରେ ଲେଖିଥିବା ଦେଖାଯାଇଛି । ଏ ନେଇ ପୁଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷପ ନେଉନଥିବା କହିଛନ୍ତି ଗିରିଧର ।

ସମ୍ବନ୍ଧିତ ଖବର