ସୀମା ବିବାଦ ଲଢ଼େଇ: ବାଘୁଣୀକୁ ମାରି ଖାଇଗଲା ବାଘ

ଭୋପାଳ: ମଧ୍ୟପ୍ରଦେଶର ଅନ୍ତର୍ଗତ କାହ୍ନା ଜାତୀୟ ଉଦ୍ୟାନରେ ଗୋଟାଏ ବାଘ ଗୋଟାଏ ପ୍ରାପ୍ତ ବୟସ୍କା ବାଘୁଣୀକୁ ମାରି ଖାଇ ଦେଇଛି।

କାହ୍ନାର ଫିଲ୍‌ଡ୍‌ ଡାଇରେକ୍ଟର୍‌ କେ କୃଷ୍ଣମୂର୍ତ୍ତି କହନ୍ତି: ମରିଥିବା ଜନ୍ତୁଟି ବାଘୁଣୀ ବୋଲି ମନେ ହେଉଥିବା ବେଳେ ସ୍ୱଜାତିକୁ ମାରିଖାଇଥିବା ଜନ୍ତୁଟି ହେଉଛି ବାଘ। ସମପ୍ରଜାତିର ଜୀବଜନ୍ତୁ ପରସ୍ପରକୁ ମାରି ଖାଇବାର ଦୃଷ୍ଟାନ୍ତ ଥିଲେ ବି ବାଘମାନଙ୍କ କ୍ଷେତ୍ରରେ ତାହା ବିରଳ। ଆଞ୍ଚଳିକ ସୀମା ବିବାଦଜନିତ ଲଢ଼େଇ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ।

ଶନିବାର ଦିନ ହାତୀ ପିଠିରେ ବସି ବୁଲୁଥିବା ଏକ ପାଟ୍ରୋଲ୍‌ ଟିମ୍‌ ମୁଣ୍ଡିଦାଦର ଠାରେ ମୃତା ବାଘୁଣୀର ଖପୁରି ପଞ୍ଝା ଆଦି ଦେହାଂଶ ଦେଖିଥିଲେ। ସେ ଅଞ୍ଚଳରେ ଶିକାର ଭରପୂର ଥିଲେ ବି ବାଘର ମଢ଼ ଖିଆଯିବା ବିରଳ ଘଟନା। ଅଧିକ ବିଷ୍ଳେଶଣ ଲାଗି ସେଗୁଡ଼ିକୁ ପରୀକ୍ଷାଗାରକୁ ପଠାଯାଇଛି।

ବିଶେଷଜ୍ଞମାନଙ୍କ ମତରେ, କ୍ଷୁଧା ମେଣ୍ଟାଇବାକୁ ବାଘଟି ବାଘୁଣୀକୁ ମାରି ନାହିଁ। ଏହା ଆଞ୍ଚଳିକ ସୀମା ବିବାଦଜନିତ ଲଢ଼େଇ।

ବହୁଳ ସଂଖ୍ୟାରେ ବ୍ୟାଘ୍ର ଥିବାରୁ ସେଠାରେ ବାଘମାନଙ୍କ ମଧ୍ୟରେ ବିବାଦ ଲାଗି ରହୁ ଥାଇ ପାରେ।

ସମ୍ବନ୍ଧିତ ଖବର