ଜର୍ମାନୀର ମ୍ୟୁଷ୍ଟରରେ ଆତଙ୍କବାଦୀ ଆକ୍ରମଣ: ୪ ମୃତ, ୩୦ରୁ ଅଧିକ ଆହତ

ମ୍ୟୁଷ୍ଟର: ଜର୍ମାନୀର ମ୍ୟୁଷ୍ଟର ସହରରେ ଜଣେ ଆତଙ୍କବାଦୀ ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କ ଉପରେ କାର ଚଢାଇଦେଇଛି, ଏଥିରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ସଦିଗ୍ଧ ଆତଙ୍କବାଦୀ ଜଣଙ୍କ ଜନ ଗହଳି ପୂର୍ଣ୍ଣ ଅଞ୍ଚଳକୁ ନିଜର ଲକ୍ଷ୍ୟ ସ୍ଥଳ ବନାଇଥିଲା । ସେ ପ୍ରଥେମେ ଗହଳି ଭିତରେ ଗାଡି ପୁରାଇ ଲୋକଙ୍କୁ ଉପରେ ଚଢାଇ ଦେଇଥିଲା, ତା ପରେ ନିଜେ ଆତ୍ମହତ୍ୟା କରିଥିଲା । ପୁଲିସ ସୂଚନା ମୁତାବକ ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଲୋକମାନଙ୍କୁ ଘଟଣା ସ୍ଥଳକୁ ନ ଜିବା ପାଇଁ ପୁଲିସ ମନା କିରିଛି ।

ଏହି ଘଟଣା ୨୦୧୬ ଡିସେମ୍ବର ବ୍ରନିଲରେ ହୋଇଥିବା ଆତଙ୍କୀହମଲାକୁ ମନେପକାଇ ଦେଇଛି । ଏଥିରେ ୧୨ ଜଣଙ୍କ ମତ୍ୟୁ ହେବା ସହ ଅନେକ ଆହତ ମଧ୍ୟ ହୋଇଥିଲେ । ମ୍ୟୁଷ୍ଟର ଘଟଣାରେ କୌଣଷି ଆତଙ୍କବାଦୀ ସଂଙ୍ଗଠନ ନିଜକୁ ଦାଇ କରିନାହାନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ଓ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହଛି । ନିକଟରେ ସ୍ପେନରେ ଆତଙ୍କବାଦୀମାନେ ରାସ୍ତାରେ ଚାଳୁଥିବା ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ, ଏଥିରେ ୧୩ ଜଣଙ୍କ ମୃତ୍ୟ ହେବା ସହ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣା ପାଇଁ ଆଇଏସଆଇ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲା ।

ସମ୍ବନ୍ଧିତ ଖବର