ଆଫଗାନ୍‌ ଗୃହ ମନ୍ତ୍ରାଳୟରେ ଆତଙ୍କବାଦୀ ଆକ୍ରମଣ: ୧୧ ନିହତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲ ସ୍ଥିତ ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପଣ୍ଡ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ସେନାର ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ସମସ୍ତ ୭ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ତେବେ ଦେଶରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ମିଳିଥିବା ଖବର ମୁତାବକ, ଆଜି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ବାହାର ଗେଟ୍‌ ନିକଟରେ ଜଣେ ଆତଙ୍କବାଦୀ ନିଜ ଦେହରେ ବୋମା ଖଞ୍ଜି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସୁରକ୍ଷାକର୍ମୀ ବାଧା ଦେବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସମ୍ବନ୍ଧିତ ଖବର