ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣ ଭଣ୍ଡୁର

ଶ୍ରୀନଗର: ସୋମବାର ଦିନ ଜମ୍ମୁ ଓ କଶ୍ମୀରର ଶ୍ରୀନଗରସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଆଡ଼କୁ ଦୁଇ ଜଣ ସଶସ୍ତ୍ର ଆତଙ୍କବାଦୀ ଆସୁଥିବାର ଦେଖା ଯାଇଥିଲା। ସେଠାକାର ପୋଷ୍ଟରେ ମୁତୟନ ହୋଇଥିବା ସୈନିକମାନେ ଗୁଳି ଚଳାଇବାରୁ ଆତଙ୍କବାଦୀମାନେ ସେ ସ୍ଥାନରୁ ଖସି ପଳାଇଥିଲେ।
ଆତଙ୍କବାଦୀମାନେ ବ୍ୟାଗ୍‌ ଏବଂ ଏକେ ୪୭ ବନ୍ଧୁକ ଧରିଥିଲେ। କ୍ୟାମ୍ପ୍‌ ଚାରିପଟ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ ହୋଇଛି। ସମ୍ଭବତଃ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଥାଅନ୍ତେ।

ସେପଟେ ଜମ୍ମୁ ଅନ୍ତର୍ଗତ ସୁଞ୍ଜ୍‌ଓ୍ଵାନ୍‌ ଆର୍ମି କ୍ୟାମ୍ପ୍‌ ଅଞ୍ଚଳରେ କମ୍ବିଙ୍ଗ୍‌ ଅପରେସନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର