ନୂଆଦିଲ୍ଲୀ: ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ଜମାତ-ଉଲ୍-ମୁଜାହିଦୀନ ଭାରତରେ ତା’ର ଅଭିଯାନ ଅଞ୍ଚଳ ବିସ୍ତାର କରିଚାଲିଛି ଏବଂ ବିହାର, କର୍ଣ୍ଣାଟକ, କେରଳ ଏବଂ ମହାରାଷ୍ଟ୍ରରେ ସେମାନଙ୍କର ପ୍ରଭାବ ପରିଲକ୍ଷିତ ହେଲାଣ ବୋଲି ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସିର (ଏନ୍ଆଇଏ) ମହାନିର୍ଦେଶକ ଯୋଗେଶ ଚନ୍ଦର୍ ମୋଦୀ ସୋମବାର ଦିନ କହିଛନ୍ତି।
ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ସବୁ ରାଜ୍ୟର ଆଣ୍ଟି-ଟେର୍ ସ୍କ୍ଵାଡ୍ (ଏଟିଏସ୍) ଏବଂ ସ୍ପେସାଲ୍ ଟାସ୍କ୍ ଫୋର୍ସ (ଏସ୍ଟିଏଫ୍) ମୁଖ୍ୟମାନଙ୍କ ଦୁଇ ଦିନିଆ ବୈଠକରେ ଭାଷଣ ଦେଇ ସେ କହିଛନ୍ତି ଯେ ବାଂଲାଦେଶୀ ପ୍ରବାସବାସୀଙ୍କ ନାମରେ ଏହି ଆତଙ୍କବାଦୀମାନେ ଅପରାଧିକ କାର୍ଯ୍ୟକଳାପ ଚଳାଉଛନ୍ତି।
Image Source: Hindustan Timesଆସାମ-ମେଘାଳୟ କ୍ୟାଡର୍ର ୧୯୮୪ ବ୍ୟାଚ୍ ଆଇପିଏସ୍ ଅଫିସର୍ ଓ୍ଵାଇସି ମୋଦୀ ଘୋଷଣା କରିଛନ୍ତି ଯେ ଜେୟୁଏମ୍ର ୨୫ ଜଣ ‘ମୋଷ୍ଟ୍ ଓ୍ଵାଣ୍ଟେଡ୍’ ଆତଙ୍କବାଦୀମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କର ସନ୍ଧାନ ପାଇଁ ସମସ୍ତ ରାଜ୍ୟରେ ପ୍ରସାରଣ କରାଯାଇଛି।
ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ ମଧ୍ୟ ଏହି ବୈଠକରେ ଭାଷଣ ଦେଇ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଅନ୍ୟ ଯେକୌଣସି ଏଜେନ୍ସିଙ୍କ ଅପେକ୍ଷା ଏନ୍ଆଇଏ ଆତଙ୍କକୁ ଅଧିକ ପ୍ରଭାବିତ କରି ପାରିଛି। ଅତି ବିଜ୍ଞତାର ସହ ସେମାନେ ମାମଲାଗୁଡ଼ିକର ଅନୁସରଣ କରୁଛନ୍ତି। ସେମାନଙ୍କର ପ୍ରଭାବ ମଧ୍ୟ ଏହି ମାମଲାରେ ସବୁଠୁ ଅଧିକ।
ଏପ୍ରିଲ୍ ୧୯୯୮ରେ ଢାକା ନିକଟ ପାଲମପୁରରେ ଶାୟାଖ ଅବ୍ଦୁର ରହମନ୍ଙ୍କ ଦ୍ୱାରା ସଂସ୍ଥାପିତ ଜେୟୁଏମ୍କୁ ଫେବ୍ରୁଆରି ୨୦୦୫ରେ ବାଂଲାଦେଶ ସରକାର ନିଷିଦ୍ଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/yc-modi-nia-meet.jpg)