ଏକ ନିର୍ବାଚନ ସଭାରେ ‘ଆତଙ୍କବାଦୀ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ’ ବୋଲି କହି ଏବେ ବିବାଦରେ ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ରାକେଶ ସିଂ
ମଧ୍ୟପ୍ରଦେଶ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କମର କଷୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏପରିକି ପରସ୍ପରକୁ ଟାର୍ଗେଟ କରିବାକୁ ମଧ୍ୟ ଭୁଲୁନାହାନ୍ତି । ଆଉ ଏଭଳି ତତଲା ମାହୋଲର ଆଉ ଟିକିଏ ତାତି ବଢାଇ ଦେଇଛନ୍ତି ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ରାକେଶ ସିଂ । ନିଜ ବେଲଗାମ ତୁଣ୍ଡ ପାଇଁ ଏବେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ରାକେଶ । ଏକ ନିର୍ବାଚନ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବା ବେଳେ ରାକେଶ ଏମିତି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆତଙ୍କବାଦୀ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ । ଏଭଳି କିଛି କହି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବିଜେପି ନେତା ରାକେଶ ସିଂ । ନିର୍ବାଚନ ସଭାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ରାକେଶ ଟାର୍ଗେଟ କରିଥିବା ବେଳେ ତାଙ୍କ ତୁଣ୍ଡ ସାଥ୍ ଦେଇନଥିଲା । ଜୋଶରେ କହୁ କହୁ ରାକେଶ କହିଥିଲେ, ଗେରୁଆ ବସ୍ତ୍ର ଧାରଣ କରିଥିବା ବ୍ୟକ୍ତି କେବେ ଆତଙ୍କବାଦୀ ହୋଇନଥାନ୍ତି । ଆତଙ୍କବାଦୀ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ ହୋଇଥାଏ । ରାକେଶ ସିଂଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ସ୍ୱାଧୀ ପ୍ରଜ୍ଞାଙ୍କୁ ଭୋପାଳ ଲୋକସଭା ଆସନରୁ ଟିକେଟ ଦେଇଛି ଦଳ । ଯାହାକୁ ନେଇ କଂଗ୍ରେସ ବିଜେପିକୁ କାଠଗଡାକୁ ଟାଣିଛି ।
#WATCH Shivraj Singh Chouhan: "Bengal mein Mamata didi, vo nahi utarne de rahi thi, Mamata didi ke baad Kamal Nath dada……Ye pithu collector sun le re, humare din bhi jaldi ayenge, tab tera kya hoga?". He was allegedly denied permission to land chopper in Umreth, MP after 5 pm pic.twitter.com/r8ej6ZDDV1
— ANI (@ANI) April 24, 2019
ସେହିଭଳି ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ନ ମିଳିବାରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ କଂଗ୍ରେସକୁ ଚେତାବନୀ ଦେଇଛନ୍ତି । ନିର୍ବାଚନ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଶିବରାଜ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ଦିଦି ହେଲିକପ୍ଟର ଓହ୍ଲାଇବାକୁ ଦେଉନାହାନ୍ତି । ମମତା ଦିଦିଙ୍କ ପରେ ମଧ୍ୟପ୍ରଦେଶରେ କମଳନାଥ ଦାଦା ମଧ୍ୟ ସମାନ ରାସ୍ତା ଆପଣାଇଛନ୍ତି । କିନ୍ତୁ ଆମର ସମୟ ମଧ୍ୟ ଖୁବଶୀଘ୍ର ଆସିବ ସେତେବେଳେ କଣ ହେବ ବୋଲି ପରୋକ୍ଷରେ ଧମକାଇଛନ୍ତି ଶିବରାଜ । ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟରେ ଏହି ବୟାନବାଜି ଲଢେଇକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।