ଉରି ସେନା ଶିବିର ଉପରେ ଆକ୍ରମଣ ଉଦ୍ୟମ ପଣ୍ଡ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଉରି ସେନା ଶିବିର ଉପରେ ଆତଙ୍କବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ। କିନ୍ତୁ ଏହି ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛି ସୁରକ୍ଷାବାହିନୀ। ଜମ୍ମୁ କଶ୍ମୀରର ଉରିସ୍ଥିତ ମୋହରାରେ ଥିବା ଏହି ‌ସେନା ଶିବିର ନିକଟରେ ଗତକାଲି ରାତିରେ କିଛି ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରିବାପରେ ସେନା ଶିବିରରେ ଉପସ୍ଥିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶିବିର ନିକଟରେ ଠାବ କରାଯାଇଥିବା କିଛି ସନ୍ଦୀଗ୍ଧ ଆତଙ୍କବାଦୀଙ୍କ ଉପରକୁ ସୁରକ୍ଷାକର୍ମୀମାନେ ଅଚାନକ ଗୁଳି ଚାଳନା କରିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନରେ କୌଣସି ଆତଙ୍କବାଦୀ ନିପାତ ହୋଇନାହାନ୍ତି। ଖସି ପଳାଇଥିବା ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲରେ ଲୁଚି ଥାଇ ପାରନ୍ତି ବୋଲି ଅନୁମାନଦ କରାଯାଉଛି। ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ତଲାସି ଜାରି ରହିଛି। ସେ‌ପଟେ ସୁରକ୍ଷାବାହିନୀ ଶିବିର ନିକଟରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା କରୁଛନ୍ତି।

ସମ୍ବନ୍ଧିତ ଖବର