ଆତଙ୍କବାଦ: ଭାରତ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ

ସିପିଆଇ-ମାଓବାଦୀ ବିଶ୍ୱର ଚତୁର୍ଥ ସର୍ବାଧିକ ବିପଜ୍ଜନକ ଆତଙ୍କବାଦୀ ସଂଗଠନ

ନୂଆଦିଲ୍ଲୀ: ଭାରତ ପାଇଁ ଆତଙ୍କବାଦ ସବୁଠାରୁ ବଡ଼ ଚ୍ୟାଲେଂଜ ହୋଇଛି। ଆତଙ୍କବାଦ ପ୍ରଭାବିତ ଦେଶ ତାଲିକାରେ ଇରାକ୍‌ ଓ ଆଫଗାନିସ୍ତାନ ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ଅନ୍ତର୍ଜାତୀୟ ଆତଙ୍କବାଦର କାୟାବିସ୍ତାର ଯୋଗୁଁ ତୃତୀୟ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ପାଲଟିଥିବା ଭାରତ ଏବେ ଗୋଟିଏ ପଟେ ଇସ୍‌୍‌ଲାମିକ ଆତଙ୍କବାଦ ଏବଂ ଅନ୍ୟପଟେ ସିପିଆଇ-ମାଓବାଦୀ ବିରୋଧରେ ଲଢ଼େଇ ଜାରି ରଖିଛି। ବିଶ୍ୱରେ ଏବେ ଇସ୍‌୍‌ଲାମିକ ଷ୍ଟେଟ୍‌, ତାଲିବାନ ଏବଂ ଅଲ୍‌ ସବାବ୍‌୍‌ ପରେ ସିପିଆଇମାଓବାଦୀ ଚତୁର୍ଥ ସର୍ବାଧିକ ବିପଜ୍ଜନକ ଆତଙ୍କବାଦୀ ସଂଗଠନ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି । ୨୦୧୫ରେ ପାକିସ୍ତାନ ଆତଙ୍କବାଦ ପ୍ରଭାବିତ ରାଷ୍ଟ୍ର ତାଲିକାରେ ତୃତୀୟ ସ୍ଥାନରେ ଥିବା ବେଳେ ବିଗତ ୩ ବର୍ଷ ମଧ୍ୟରେ ଜମ୍ମୁ କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହିଂସା ବଢ଼ିଥିବାରୁ ଏବେ ଭାରତ ତୃତୀୟ ସ୍ଥାନକୁ ଚାଲି ଆସିଛି। କଶ୍ମୀରରେ ୨୦୧୭ରେ ଆତଙ୍କବାଦୀ ହିଂସାରେ ୨୪ ପ୍ରତିଶତ ବୃଦ୍ଧି ଘଟିଛି। ଭାରତରେ ୨୦୧୭ରେ ହୋଇଥିବା ୮୬୦ଟି ଆତଙ୍କବାଦୀ ଆକ୍ରମଣରୁ ୨୫ ପ୍ରତିଶତ କେବଳ ଜମ୍ମୁ କଶ୍ମୀରରେ ଘଟିଥିଲା। ଭାରତରେ ଅଧିକାଂଶ ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ପାକିସ୍ତାନର ସମର୍ଥନ ରହୁଥିବା ଏବଂ ପାକ୍‌ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌୍‌ଆଇର ଷଡ଼ଯନ୍ତ୍ରରେ ଆତଙ୍କବାଦୀମାନେ ହିଂସା ଘଟାଇଛନ୍ତି।

ସମ୍ବନ୍ଧିତ ଖବର