ଦକ୍ଷିଣ କଶ୍ମୀରରେ ପୁଲିସବାଲାଙ୍କ ଆତ୍ମୀୟମାନଙ୍କୁ ଅପହରଣ କଲେ ଆତଙ୍କବାଦୀ

ଶ୍ରୀନଗର: ଗୁରୁବାର ରାତିରେ ଦକ୍ଷିଣ କଶ୍ମୀରର ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରି ପୁଲିସବାଲାଙ୍କ ଆତ୍ମୀୟମାନଙ୍କୁ ଅପହରଣ କରି ନେଇଛନ୍ତି।

ବିଶ୍ୱ ସାରା ଖୋଜାଯାଉଥିବା ଆତଙ୍କବାଦୀ ସୟେଦ ସଲାହୁଦ୍ଦିନ୍‌ଙ୍କ ଦ୍ୱିତୀୟ ପୁତ୍ରଙ୍କୁ ଏନ୍‌ଏଆଇ ଗିରଫ କରିବା ଦିନ ହିଁ ଆତଙ୍କବାଦୀମାନେ ଏ ଭଳି କାଣ୍ଡ କରିଛନ୍ତି।

ଏ ବାବଦରେ ପୁଲିସ ତୁରନ୍ତ କୌଣସି ଆନୁଷ୍ଠାନିକ ବିବୃତ୍ତି ନ ଦେଇ କହିଛି କି, ଅପହରଣ ରିପୋର୍ଟକୁ ସେମାନେ ବୁଝାବୁଝି କରୁଛନ୍ତି।

କିନ୍ତୁ, ଅନ୍ୟ ସୂତ୍ରରୁ ଜଣାପଡ଼ିଛି, ଶୋପିଆନ୍‌, କୁଲ୍‌ଗାମ୍‌, ଅନନ୍ତନାଗ ଏବଂ ଅବନ୍ତିପୋରା ଅଞ୍ଚଳରୁ ଜମ୍ମୁ ଓ କଶ୍ମୀର ପୁଲିସରେ କାମ କରୁଥିବା ପରିବାରରୁ ଅନ୍ୟୂନ ପାଞ୍ଚଜଣ ଲୋକଙ୍କୁ ଅପହରଣ କରିନେଇଛନ୍ତି।

ଅପହୃତଙ୍କ ମଧ୍ୟରେ ଅଛନ୍ତି ଜଣେ ପୁଲିସ ସୁପରିଟେଣ୍ଡେଣ୍ଟ୍‌ଙ୍କ ଭାଇ ଅଛନ୍ତି।

ଅପହରଣ ଘଟନା ପରେ ପରେ ସମଗ୍ର ଦକ୍ଷିଣ କଶ୍ମୀରରେ କର୍ତ୍ତୃପକ୍ଷମାନେ ହାଇ ଆଲର୍ଟ ଜାରି କରିଛନ୍ତି।

ପୁଲିସ କର୍ମଚାରୀମାନଙ୍କ ଆତ୍ମୀୟ ଅପହୃତ ହେବା ପରେ ଦକ୍ଷିଣ କଶ୍ମୀର ଅଞ୍ଚଳରେ ଏ ଭଳି ଘଟଣା ରୋକିବାକୁ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗୁରୁବାର ସନ୍ଧ୍ୟାରେ ଶୀର୍ଷସ୍ତରୀୟ ନିରାପତ୍ତା ବଳ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ନିରାପତ୍ତା ବୈଠକ ବସିଥିଲା। ଅପହୃତ ବ୍ୟକ୍ତିମାନଙ୍କର ସନ୍ଧାନ ନେବାକୁ ଶୁକ୍ରବାର ଠାରୁ ବ୍ୟାପକ ତଲାସ ଆରମ୍ଭ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର