ପାଟନା ରେଳ ଷ୍ଟେସନରୁ ୨ କୁଖ୍ୟାତ ବାଂଲାଦେଶୀ ଆତଙ୍କବାଦୀ ଗିରଫ; ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

ପାଟନା/ ନୂଆଦିଲ୍ଲୀ: ପାଟନା ରେଳ ଷ୍ଟେସନ ନିକଟରୁ ୨ ଜଣ କୁଖ୍ୟାତ ବାଂଲାଦେଶୀ ଆତଙ୍କବାଦୀଙ୍କୁ ବିହାର ପୁଲିସ୍‌ ସୋମବାର ବିଳମ୍ବିତ ରାତ୍ରରେ ଗିରଫ କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଗିରଫ ଆତଙ୍କବାଦୀଙ୍କ ନିକଟରୁ ପୁଲିସ୍‌ ଆତଙ୍କବାଦୀ ସଂଗଠନ ଆଇଏସ୍‌ର କିଛି କାଗଜପତ୍ର ସମେତ ଜମ୍ମୁ- କଶ୍ମୀର ଉପତ୍ୟକାରେ ଭାରତୀୟ ସେନା ଓ ସୁରକ୍ଷାବଳର ମୁତୟନ ସଂପର୍କିତ ବହୁ ଗୋପନୀୟ କାଗଜପତ୍ର, ୩ଟି ମୋବାଇଲ, ଏକାଧିକ ସିମ୍‌, ମେମୋରି କାର୍ଡ, ୩ଟି ନକଲି ଭୋଟର ପରିଚୟ ପତ୍ର, ୨ଟି ନକଲି ପାନ୍‌ କାର୍ଡ ମଧ୍ୟ ଜବତ କରିଛି।

Photo courtesy: News18

ଗିରଫ ହୋଇଥିବା ଏହି ବାଂଲାଦେଶୀ ଆତଙ୍କବାଦୀ ହେଲେ ଖରିରୁଲ୍‌ ମଣ୍ଡଲ ଓ ଆବୁ ସୁଲତାନ୍‌। ଏମାନଙ୍କ ଘର ବାଂଲାଦେଶର ଜେନାହିଦା ଜିଲ୍ଲାରେ ଏବଂ ବାଂଲାଦେଶର ଆତଙ୍କବାଦୀ ସଂଗଠନ ଜମାତ୍‌-ଉଲ୍‌- ମୁଜାଜହଦ୍ଦିନ୍‌ ବାଂଲାଦେଶ ଓ ଇସ୍‌ଲାମିକ୍‌ ଷ୍ଟେଟ ବାଂଲାଦେଶର ସଦସ୍ୟ ବୋଲି ଜାଣିବା ପାଇଁ ମିଳିଛି। ତେବେ, ଏମାନେ ବିନା ପାସ୍‌ପୋର୍ଟରେ କେମିତି ଦେଶ ମଧ୍ୟକୁ ପ୍ରବେଶ କଲେ, ତାହା ପୁଲିସ୍‌ ପାଇଁ ଚିନ୍ତର କାରଣ ହୋଇଚି। ଏହି ଦୁଇ ଗିରଫ ଆତଙ୍କବାଦୀଙ୍କୁ ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା ପରେ ସେମାନେ ଏବେ ଜେରା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର