ସିଆର୍‌ପିଏଫ୍‌ ଟ୍ରେନିଂ କ୍ୟାମ୍ପରେ ଆତଙ୍କୀ ହମଲା, ୨ ଯବାନ ଆହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୁରାରେ ଥିବା ସିଆର୍‌ପିଏଫ୍‌ ଟ୍ରେନିଂ କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ଯବାନ ଆହତ ହୋଇଛନ୍ତି। ରାତି ପ୍ରାୟ ୨ଟା ୧୦ ମିନିଟ୍‌ ସମୟରେ ଏହି ଘଟଣା ଘଟିଛି। ଟ୍ରେନିଂ କ୍ୟାମ୍ପରେ ୩ ଜଣ ଆତଙ୍କବାଦୀ ପ୍ରବେଶ କରି ଆକ୍ରମଣ କରିଥିବା ସୂଚନା ମିଳିଛି। ଆକ୍ରମଣ ପରେ ପୋଲିସ ଓ ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି। ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ କରିଥିବା ସୂଚନା ଦେଇଛି।

ସମ୍ବନ୍ଧିତ ଖବର