ମେଳାରେ ଲାଗିଥିବା ରାମଦୋଳିରେ ବସି ମଜା ନେଉଥିବା ବେଳେ ୫ଜଣ ତଳକୁ ଖସି ପଡ଼ିଲେ, ଦେଖନ୍ତୁ ସେ ସମୟର ଭିଡିଓ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଏକ କାର୍ଣ୍ଣିଭାଲରେ ଅମ୍ୟୁଜମେଣ୍ଟ ରାଇଡ ସମୟରେ ଏମିତି ଏକ ଦୁର୍ଘଟଣା ଘଟିଥିଲା, ଯାହାର ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ। ଦୋଳି ଖେଳୁଥିବା ସମୟରେ ହଠାତ ୫ଜଣ ଦୋଳିରୁ ଖସି ପଡ଼ିଥିଲେ। ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ବି ହୋଇଛି।

ଗୋଟିଏ ମିନିଟ୍‌ର ଏହି ଭିଡିଓକୁ ସିଜିଟିଏନ୍‌ ଟୁଇଟରରେ ସେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି ପାଇରେଟସ୍‌ ଅଫ୍‌ ଦ କାରବିୟାନ୍‌ ଥିମ୍‌ ରାଇଡରେ ଲୋକମାନେ ବସି ଦୋଳିର ମଜା ନେଉଛନ୍ତି। ଦୋଳିଟି ଉପରୁ ତଳକୁ ଖସୁଥିବା ସମୟରେ ୫ଜଣ ଲୋକ ଏହି ଦୋଳିରୁ ଖସି ପଡ଼ି ତଳେ ପଡ଼ି ଯାଉଛନ୍ତି।

Aapla Mahanagar

ଏହି ଦୃଶ୍ୟ ଦେଖି ମେଳାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସେଫଟି ବେଲଟ ଢ଼ିଲା ଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଘଟିବା ଦେଖି ଅପରେଟର ତୁରନ୍ତ ଏହି ମେସିନ୍‌କୁ ବନ୍ଦ କରି ଦେଇଥିଲେ। ଏହି ଦୁର୍ଘଟଣାର ଶିକାର ହୋଇଥିବା ୫ଜଣଙ୍କ ମଧ୍ୟରୁ ଜଣେ ବାଳକର ମୁଣ୍ଡରେ ଆଘାତ ଲାଗିଥିବା ହେତୁ ରକ୍ତ ବି ବାହାରିଥିବା ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣା ପରେ ଦୋଳି ଅପରେଟର କ୍ଷମା ପ୍ରାର୍ଥନା କରିଥିଲେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର