ଥାଇଲାଣ୍ଡରେ ଉଦ୍ଧାର କାର୍ଯ୍ୟ ଜାରି, ଗୁମ୍ଫାରୁ ୭ଟା ୩୦ ପର୍ଯ୍ୟନ୍ତ ବାହାରିବେ ପ୍ରଥମ ଗ୍ରୁପ!

ନୂଆଦିଲ୍ଲୀ: ଥାଇଲାଣ୍ଡର ଗୁମ୍ଫାରେ ଫସିଥିବା ୧୨ ଶିଶୁ ଓ ସେମାନଙ୍କର କୋଚଙ୍କୁ ଉଦ୍ଧାର କରିବା ପାଇଁ ରବିବାର ସବୁଠାରୁ ବଡ଼ ଅପରେସନ ଆରମ୍ଭ କରାଯାଇଛି। ୧୩ ଇଣ୍ଟରନ୍ୟାସନାଲ ଓ ୫ ଥାଇ ନେଭି ସିଲ ଟିମ୍‌ ଗୁମ୍ଫାକୁ ପଠାଯାଇଛି। ଆଶା କରାଯାଉଛି ଯେ, ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ପ୍ରଥମ ଗ୍ରୁପ ବାହାରି ପାରନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବିକ, ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ୪ଟି ଗ୍ରୁପ ଲାଗି ପଡ଼ିଛନ୍ତି। ପ୍ରଥମ ଗ୍ରୁପରେ ୪ଜଣ ଶିଶୁ ଥିବା ବେଳେ ଅନ୍ୟ ଗ୍ରୁପ ଗୁଡ଼ିକରେ ୩-୩ ଶିଶୁ ଅଛନ୍ତି। ସେହିପରି ଶେଷ ଗ୍ରୁପରେ କୋଚଙ୍କୁ ରଖାଯାଇଛି। ଜଣେ ଶୁଶୁ ୨ଜଣ ଉଦ୍ଧାରକାରୀଙ୍କ ସହିତ ବାହାରିବେ।

ସମସ୍ତ ଶିଶୁଙ୍କୁ ଏକ ସମୟରେ ବାହାର କରିବା ସହଜ ନୁହେଁ। ଅପରେସନ ୨ରୁ ୪ ଦିନ ପର୍ଯ୍ୟନ୍ତ ଚାଲିବ। ଶନିବାର ଗୁମ୍ଫାରେ ପାଣି ସବୁଠାରୁ କମ ସ୍ତରରେ ପହଞ୍ଚିଥିଲା। ଏହା ପରେ ଅଧିକାରୀମାନେ ନିଷ୍ପତ୍ତି ନେଇଥିଲେ ଯେ, ଶିଶୁମାନଙ୍କୁ ଉଦ୍ଧାର କରିବା ଏହା ହେଉଛି ଠିକ ସମୟ। ଜଣେ ଅଧିକାରୀ କହିଛନ୍ତି, ଗୁମ୍ଫା ଭିତରେ ଅଧିକ ସ୍ଥାନରେ ପାଦରେ ଚାଲି ହେଉଛି। ମୋଟର ପମ୍ପ ଜରିଆରେ ହଜାର ହଜାର ଲିଟର ପାଣି ବାହାର କରାଯାଇଛି।

ଏହା ପୂର୍ବରୁ ଜଣେ ଅଧିକାରୀ କହିଥିଲେ ଥାଇଲାଣ୍ଡର ଉଦ୍ଧାରକାରୀ ଟିମ୍‌ ନେତୃତ୍ୱ ନେବେ ଓ ବିଦେଶୀ ଉଦ୍ଧାରକାରୀ ଟିମ୍‌ ଅମ୍ଳଜାନ ସିଲିଣ୍ଡର ନେଇ ଯିବେ। ଉଦ୍ଧାରକାରୀ ଟିମ୍‌ରେ ଅଷ୍ଟ୍ରେଲିଆ, ବ୍ରିଟେନ, ଉଇରୋପ ଓ ଏସିଆ ମହାଦେଶରୁ ଉଦ୍ଧାରକାରୀ କର୍ମଚାରୀ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର