କୋଭିଡ୍ ଟିକା ପରୀକ୍ଷଣରେ ଥାଇଲାଣ୍ଡ୍‌ ସାମିଲ, ମୂଷାଙ୍କ ଠାରେ ସଫଳତା ପରେ ମାଙ୍କଡ଼ଙ୍କୁ ପ୍ରୟୋଗ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଏକ ଫଳପ୍ରଦ ଟିକା ବାହାର ପାଇଁ ବିଶ୍ବ ତମାମ ଗବେଷକମାନେ ପ୍ରଚେଷ୍ଟା ଜାରି ରଖିଛନ୍ତିା ତେବେ ଏହି କ୍ରମରେ ମାତ୍ର ତିନି ହଜାର ସଂକ୍ରମିତଙ୍କୁ ଭେଟିଥିବା ଥାଇଲାଣ୍ତ୍ ମଧ୍ୟ କୋଭିଡ୍ ଟିକା ଅନ୍ବେଷଣ ଅଭିଯାନରେ ସାମିଲ ହୋଇଛିା ଥାଇଲାଣ୍ତର ଜାତୀୟ ଟିକା ପ୍ରତିଷ୍ଠାନ, ଭେଷଜ ବିଜ୍ଞାନ ବିଭାଗ ଏବଂ ଚୁଳାଲଙ୍ଗକର୍ଣ୍ଣ ବିଶ୍ବବିଦ୍ୟାଳୟର ଟିକା ଗବେଷଣ କେନ୍ଦ୍ର ଦ୍ବାରା ବିକଶିତ କରାଯାଉଥିବା ଦୁଇଟି କୋଭିଡ୍ ଟିକା ମଧ୍ୟରୁ ଗୋଟିକର ନୈଦାନିକ ପରୀକ୍ଷଣ ଆରମ୍ଭ ହୋଇଛିା

ପ୍ରାକ୍ ନୈଦାନିକ ପରୀକ୍ଷଣ ସ୍ବରୂପ ମୂଷାଙ୍କ ଠାରେ ଏହି ଟିକାର କାର୍ଯ୍ୟକ୍ଷମତା ସଫଳ ହେବା ପରେ ଶନିବାର ମୂଷାଙ୍କ ଶରୀରରେ ଏହାକୁ ପ୍ରୟୋଗ କରାଯାଇଛି ବୋଲି ଥାଇଲାଣ୍ତର ଉଚ୍ଚଶିକ୍ଷା, ବିଜ୍ଞାନ ଓ ଗବେଷଣା ମନ୍ତ୍ରୀ ସୁଭିତ୍ ମ୍ୟାସିନ୍ସି ସୂଚନା ଦେଇଛନ୍ତିା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ପର୍ଯ୍ୟାୟର ଫଳାଫଳ ମିଳିଯିବାର ସମ୍ଭାବନା ରହିଛିା ତେବେ ସବୁ କିଛି ଠିକ୍ଠାକ୍ ରହିଲେ ଆସନ୍ତା ବର୍ଷ ବେଳକୁ ଥାଇଲାଣ୍ତ୍ ତାହାର ନିଜସ୍ବ କୋଭିଡ୍ ଟିକା ବ୍ୟବହାର କରିପାରିବ ବୋଲି ମ୍ୟାସିନ୍ସି ଆଶା ରଖିଛନ୍ତିା

ସମ୍ବନ୍ଧିତ ଖବର