ଥାଇଲାଣ୍ଡ ଗୁମ୍ଫାରୁ ଉଦ୍ଧାର ହୋଇଥିବା ଫୁଟବଲ ଖେଳାଳିଙ୍କୁ ଗୁରୁବାର ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ: ଥାଇଲାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ

ଚିଆଙ୍ଗ ରାଇ (ଥାଇଲାଣ୍ଡ): ଥାଇଲାଣ୍ଡର ଏକ ଗୁମ୍ଫା ମଧ୍ୟରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଫସି ଯାଇଥିବା ‘ଓ୍ଵାଇଲ୍ଡ ବୋରସ୍‌’ ଫୁଟବଲ ଟିମ୍‌ର ୧୨ ଜଣ ନାବାଳକ ଫୁଟବଲ ଖେଳାଳି ଓ ସେମାନଙ୍କ କୋଚ୍‌ଙ୍କୁ ଦୀର୍ଘ ୧୮ ଦିନ ପରେ ଗୁମ୍ଫା ମଧ୍ୟରୁ ସଫଳତାର ସହ ଉଦ୍ଧାର କରାଯିବା ପରେ ଏବେ ସେମାନେ ସମସ୍ତେ ଚାଙ୍ଗରାଇର ଡାକ୍ତରଖାନାରେ ଚିକିତ୍ସିତ ହୋଉଛନ୍ତି। ଏବେ ସମସ୍ତ ଖେଳାଳି ଓ ସେମାନଙ୍କର କୋଚ୍‌ ସଂପୂର୍ଣ୍ଣ ସୁସ୍ଥ ଏବଂ ବିପଦମୁକ୍ତ ଅଛନ୍ତି। ଏବଂ ଆସନ୍ତା ୧୯ ତାରିଖ ଗୁରୁବାର ଦିନ ସେମାନେ ସମସ୍ତଙ୍କୁ ନିଜ ନିଜର ଘରକୁ ପଠାଇ ଦିଆଯିବ ବୋଲି ଆଜି ଅପରାହ୍ଣରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଥାଇଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ। ତେବେ, ଦୀର୍ଘ ୧୮ ଦିନ ଗୁମ୍ଫା ମଧ୍ୟରେ ଉପଯୁକ୍ତ ଖାଦ୍ୟ ପାନୀୟର ଅଭାବ ଓ ଉପଯୁକ୍ତ ନିଦ୍ରା ଅଭାବରୁ ଖେଳାଳିମାନେ ଦୁର୍ବଳ ହୋଇପଡ଼ିଛନ୍ତି ଏବଂ ସେମାନଙ୍କ ଶରୀରର ଓଜନ କମିଯାଇଛି। ତେଣୁ, ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ସହ ଭିଟାମିନ୍‌ ଦିଆଯାଇ ସେମାନଙ୍କର ପୂର୍ବ ସ୍ୱାସ୍ଥ୍ୟ ଫେରାଇ ଆଣିବା ପାଇଁ ଡାକ୍ତରମାନେ ଉଦ୍ୟମ ଚଳାଇଛନ୍ତି। ତେଣୁ, ସମସ୍ତ ଖେଳାଳି ଓ ସେମାନଙ୍କ କୋଚ୍‌ଙ୍କୁ ଆସନ୍ତା ୧୯ ତାରିଖ ଗୁରୁବାର ଦିନ ସେମାନେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରି ସେମାନଙ୍କ ନିଜ ନିଜର ଘରକୁ ପଠାଇ ଦିଆଯିବ ବୋଲି କହିଛନ୍ତି ଥାଇଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର