ନୂଆଦିଲ୍ଲୀ : ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ଚଳଚ୍ଚିତ୍ରକୁ ନିଷିଦ୍ଧ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ହୋଇଯାଇଛି। ଏହି ଫିଲ୍ମଟି ପ୍ରଧାନମନ୍ତ୍ରୀ ଭଳି ସାମ୍ବିଧାନିକ ପଦକୁ ଅସମ୍ମାନିତ କରୁଛି ବୋଲି ଅଭିଯୋଗ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ତେବେ ବିଚାରପତି ରାଜେନ୍ଦ୍ର ମେନନ୍ ଏବଂ ବିଚାରପତି ଭିକେ ରାଓଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଯେ ଆବେଦନକାରୀଙ୍କ ଏଭଳି ଆବେଦନ କରିବା ନେଇ କୌଣସି ଅଧିକାର ନାହିଁ ଏବଂ ଏଥିରେ ବ୍ୟକ୍ତିଗତ ସ୍ବାର୍ଥ ଜଡ଼ିତ ରହିଛି।