ଆରୋଗ୍ୟ ସେତୁ ଏବେ ଓପନ ସୋର୍ସ ସଫ୍ଟୱେର

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏପ୍ରିଲ ୨, ୨୦୨୦ରେ ଭାରତ ଆରୋଗ୍ୟ ସେତୁ ମୋବାଇଲ ଆପର ଶୁଭାରମ୍ଭ କରିଥିଲା। ବ୍ଲୁଟୁଥକୁ ଆଧାର କରି ସଂକ୍ରମିତକୁ ଚିହ୍ନଟ କରିବା, ହଟସ୍ପଟକୁ ଠାବ କରିବା ଏବଂ କୋଭିଡ-୧୯ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରସାର କରିବା କ୍ଷେତ୍ରରେ ଏହି ଆପ ବିଶେଷ ସହାୟକ ହୋଇଛି। ମେ ୨୬ ତାରିଖ ସୁଦ୍ଧା ଏହାକୁ ୧୧୪ ନିୟୁତ ଲୋକ ବ୍ୟବହାର କରୁଛନ୍ତି। ଏହା ଆଣ୍ଡ୍ରଏଡ, ଆଇଓଏସ ଏବଂ କେଏଆଇଓଏସ ପ୍ଲାଟଫର୍ମରେ ୧୨ଟି ଭାଷାରେ ଉପଲବ୍ଧ ହେଉଛି। ଦେଶର ନାଗରିକମାନେ ନିଜକୁ, ନିଜ ପ୍ରିୟଜନଙ୍କୁ ଏବଂ ଦେଶକୁ ସୁରକ୍ଷିତ ରଖିବା ନିମନ୍ତେ ଆରୋଗ୍ୟ ସେତୁ ଆପ ବ୍ୟବହାର କରୁଛନ୍ତି। ଏହା ଯୁବବର୍ଗଙ୍କ ପାଇଁ ବଡିଗାର୍ଡ ଭାବେ କାମ କରୁଛି।

ଆରୋଗ୍ୟ ସେତୁର ଗୁରୁତ୍ବପୂର୍ଣ୍ଣ ଆଧାର ହେଉଛି ସ୍ବଚ୍ଛତା, ଗୋପନୀୟତା, ସୁରକ୍ଷା । ଏହା ଓପନ ସୋର୍ସ ସଫ୍ଟୱେର ଉପରେ ଭାରତର ନୀତି ଆଧାରିତ ଏବଂ ଆରୋଗ୍ୟ ସେତୁ ଆପର ସୋର୍ସ କୋଡକୁ ବର୍ତ୍ତମାନ ଓପନ ସୋର୍ସ ବା ମୁକ୍ତ ଉତ୍ସ କରି ଦିଆଯାଇଛି। ଯାହାକି ସମୀକ୍ଷା ଏବଂ ସହଯୋଗ ଲାଗି ଆଣ୍ଡ୍ରଏଡ ଭର୍ସନ ପାଇଁ  https://github.com/nic-delhi/AarogyaSetu_Android.git. ରେ ଉପଲବ୍ଧ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ଆପ୍ଲିକେସନ ଆଇଓଏସ ଭର୍ସନକୁ ଓପନ ସୋର୍ସ କରି ଦିଆଯିବ ଏବଂ ଏହାପରେ ସର୍ଭର କୋଡକୁ ଜାରି କରାଯିବ। ଆରୋଗ୍ୟ ସେତୁର ୯୮ ପ୍ରତିଶତ ବ୍ୟବହାରକାରୀ ଆଣ୍ଡ୍ରଏଡ ପ୍ଲାଟଫର୍ମରେ ରହିଛନ୍ତି।

jagran.com

ବିଶ୍ବସ୍ତରରେ କୋଭିଡ-୧୯ କଣ୍ଟାକ୍ଟ ଟ୍ରେସିଂ ଏବଂ ସେଲ୍ଫ ଆସେସମେଣ୍ଟ ଲାଗି ଉଦ୍ଦିଷ୍ଟ ଏକାଧିକ ଆପ ମଧ୍ୟରୁ ଆରୋଗ୍ୟ ସେତୁ ପ୍ରସାର ଏବଂ ପ୍ରଭାବ ସର୍ବାଧିକ ରହିଛି। ଏହାଛଡ଼ା ଲକ୍ଷଣକୁ ଆଧାର କରି ସଂକ୍ରମିତକୁ ଚିହ୍ନଟ କରିବାରେ ଏହା ବିଶେଷ ସହାୟକ ହୋଇପାରିବ। ଏହାର ୧୧୪ ନିୟୁତ ପଞ୍ଜିକୃତ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସେମାନେଙ୍କ ସେଲ୍ଫ ଆସେସମେଣ୍ଟ ଟେଷ୍ଟ (ଆତ୍ମ ସ୍ବାସ୍ଥ୍ୟ ପରୀକ୍ଷଣ)  କରିଛନ୍ତି। ଏହି ଆପ ଜରିଆରେ ପାଖାପାଖି ପାଞ୍ଚ ଲକ୍ଷ ବ୍ଲୁଟୁଥ କଣ୍ଟାକ୍ଟଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନସୁଦ୍ଧା ଏହି ପ୍ଲାଟଫର୍ମ ୯ ଲକ୍ଷ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚିଛି ଏବଂ ସେମାନଙ୍କୁ କ୍ବାରେଣ୍ଟାଇନ, ସତର୍କତା ଓ ପରୀକ୍ଷା ପାଇଁ ସହାୟକ ହୋଇଛି। ସେହିପରି ଯେଉଁମାନଙ୍କୁ ନମୁନା ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି ସେମାନଙ୍କ ମଧ୍ୟରୁ ୨୪% ପଜିଟିଭ ବାହାରିଛନ୍ତି। ମେ ୨୬ ତାରିଖ ସୁଦ୍ଧା ମୋଟ ୩୧୨୬୧୧୯ ନମୁନା ପରୀକ୍ଷା ମଧ୍ୟରୁ ୪.୬୫% ବା ୧୪୫୩୮୦ ପଜିଟିଭ ସଂଖ୍ୟା ସହିତ ଏହାକୁ ତୁଳନା କରାଯାଇପାରେ। ଆରୋଗ୍ୟ ସେତୁ ଆପ ଜରିଆରେ ୩୫୦୦ ହଟସ୍ପଟକୁ ଚିହ୍ନଟ କରାଯାଇଛି। ବହୁଳ ବ୍ୟବହୃତ ଏକ ଆପର ସୋର୍ସ କୋଡ ଜାରି କରାଯିବା ବେଶ ଆହ୍ବାନପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଓପନ ସୋର୍ସ ବିକାଶ ପ୍ରକ୍ରିୟାକୁ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର(ଏନଆଇସି) ପରିଚାଳନା କରିବା। ଓପନ ସୋର୍ସ କୋଡ ଜାରି କରାଯିବା ସହିତ ଏହି ଆପରେ ରହିଥିବା ଦୁର୍ବଳତାକୁ ଚିହ୍ନଟ କରିବା ସହିତ ଏହାକୁ ଦୂର କରିବା ନିମନ୍ତେ ବିକାଶକାରୀ ସମୁଦାୟଙ୍କ ଠାରୁ ସରକାର ସହଯୋଗ ଆଶା କରୁଛନ୍ତି। ଏଥିପାଇଁ ସରକାର ଏକ ବଗ ବଣ୍ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ମାଇଁ ଗଭର   https://innovate.mygov.in/ ପୋର୍ଟାଲରେ ଉପଲବ୍ଧ।

ୟାକୁ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର(ଏନଆଇସି) ପରିଚାଳନା କରିବା। ଓପନ ସୋର୍ସ କୋଡ ଜାରି କରାଯିବା ସହିତ ଏହି ଆପରେ ରହିଥିବା ଦୁର୍ବଳତାକୁ ଚିହ୍ନଟ କରିବା ସହିତ ଏହାକୁ ଦୂର କରିବା ନିମନ୍ତେ ବିକାଶକାରୀ ସମୁଦାୟଙ୍କ ଠାରୁ ସରକାର ସହଯୋଗ ଆଶା କରୁଛନ୍ତି। ଏଥିପାଇଁ ସରକାର ଏକ ବଗ ବଣ୍ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ମାଇଁ ଗଭର   https://innovate.mygov.in/ ପୋର୍ଟାଲରେ ଉପଲବ୍ଧ।

ସମ୍ବନ୍ଧିତ ଖବର