ନୂଆଦିଲ୍ଲୀ: ଫେମିନା ମିସ୍ ଇଣ୍ଡିଆର ୫୫ତମ ପ୍ରତିଯୋଗିତା ମୁମ୍ବାଇର ଡୋମ୍ସ୍ଥିତ ଏନ୍ଏସ୍ସିଆଇ ଷ୍ଟାଡିୟମ୍ରେ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି ତାମିଲ୍ନାଡୁର ମିସ୍ ଅନୁକୃତୀ ଭାସ୍। ସେହିପରି ରନର୍ସ ଅପ୍ ହୋଇଛନ୍ତି ହରିଆଣାର ମିସ୍ ମିନାକ୍ଷୀ ଚୌଧୁରୀ ଏବଂ ଆନ୍ଧ୍ରପ୍ରଦେଶର ମିସ୍ ଶ୍ରେୟା ରାଓ
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିଯୋଗିତାର ଶେଷ ରାଉଣ୍ଡ୍ ଥିଲା ହୃଦୟସ୍ପର୍ଶୀ। ଶେଷ ରାଉଣ୍ଡ୍ରେ ବିଚାରକମାନେ ଅନୁକୃତୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ସେହି ପ୍ରଶ୍ନର ଉତ୍ତର ଦେବା ପରେ ଅନୁକୃତୀ ପାଲଟିଛନ୍ତି ଆହୁରି ଚର୍ଚ୍ଚା। ଅନୁକୃତୀଙ୍କୁ ପଚରା ଯାଇଥିଲା, ‘ଜୀବନରେ ଉତ୍ତମ ଶିକ୍ଷକ କିଏ? ସଫଳତା ନା ବିଫଳତା?’ ଅନୁକୃତୀ ତାହାର ଉତ୍ତର ଦେଇଛୁନ୍ତି, ‘ବିଫଳତା ହେଉଛି ଜୀବନର ଶ୍ରେଷ୍ଠ ଶିକ୍ଷକ। ଜଣେ ବ୍ୟକ୍ତି ସଫଳତା ପାଇ ଚାଲିଲେ ଶିକ୍ଷା ପାଇବା ସରିଯାଏ। ମାତ୍ର ବିଫଳ ହେଉଥିବା ଲୋକ ସବୁବେଳେ ନୂଆ ନୂଆ କଥା ଶିଖିବାକୁ ମିଳିଥାଏ।’ ତାଙ୍କର ଏହି ଉତ୍ତର ସମସ୍ତଙ୍କ ମନକୁ ଛୁଇଁଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ମିସ୍ ଇଣ୍ଡିଆ ଘୋଷଣା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଏହି ପ୍ରର୍ତିେଯାଗିତାରେ ଅଭିନତ୍ରୀ ମାଧୁରୀ ଦିକ୍ଷିତ, କରୀନା କପୁର ଓ ଜାକ୍ଲିନ୍ ପର୍ଣ୍ଣାଣ୍ଡିଜ୍ ଆଦି ନୃତ୍ୟ ପରିବେଷଣ କରିଥିଲେ। ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ ବିଶ୍ୱ ସୁନ୍ଦରୀ ମାନୁଷୀ ଚିଲର୍।