୨୦୧୭ର ଶେଷ ମହାକାଶ ଯାତ୍ରା: ୩ ମହାକାଶଚାରୀଙ୍କୁ ନେଇ ସୋୟୁଜ୍‌ର ଯାତ୍ରାରମ୍ଭ

ବୈକାନୁର (କାଜାଖସ୍ଥାନ): ୨୦୧୭ର ଶେଷ ମାନବବାହୀ ମହାକାଶଯାନ ଆଜି ଯାତ୍ରା ଆରମ୍ଭ କରିଛି । ୩ଜଣ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଋଷିଆର ସୋୟୁଜ୍‌ ଏମଏସ-୦୭ ମହାକାଶ ଯାନ କାଜାଖସ୍ଥାନର ବୈକାନୁର ମହାକାଶ କେନ୍ଦ୍ର କସମସ୍‌ଡ୍ରୋମ୍‌ରୁ ରବିବାର ସକାଳ ୨.୨୧ ଘଟିକାରେ ଯାତ୍ରାରମ୍ଭ କରିଥିଲା । ଏଥିରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ସ୍କଟ୍‌ ଟିଙ୍ଗଲ, ଋଷିଆ ମହାକାଶ ସଂସ୍ଥା ରସ୍‌କସ୍‌ମସ୍‌ର ଅଭିଜ୍ଞ ମହାକାଶଚାରୀ ଆଣ୍ଟନ ସ୍କାପ୍ଲେରଭ ଓ ଜାପାନ ଏରୋସ୍ପୋଶ ଏକ୍ସପ୍ଲୋରେସନ ଏଜେନ୍ସିର ନୋରିସିଜେ କାନାଇ ଯାତ୍ରା କରିଛିନ୍ତି ।

Space flight insider

 

ଏହି ରକେଟ୍‌ ଉତ୍‌କ୍ଷେପଣର ମାତ୍ର ୮ ମିନିଟ୍‌ ୪୫ ସେକେଣ୍ଡ ପରେ କ୍ରିଉ ମେମ୍ବର ( ମହାକାଶଚାରୀ) ଥିବା ବୁଷ୍ଟରଟି ମୂଳ ରକେଟରୁ ବାହାରି ମହାକାଶକୁ ଯାତ୍ରାରମ୍ଭ କରିଥିଲା । ଯଦି ସବୁକିଛି ଯୋଜନା ଅନୁସାରେ ଚାଲେ ତେବେ ଯାନଟି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଥିବା ନିର୍ଦ୍ଦିଷ୍ଟ କକ୍ଷପଥ ବା ଅର୍ବିଟ୍‌ରେ ପ୍ରବେଶ କରିବ ଓ ମଙ୍ଗଳବାର ସକାଳ ସୁଦ୍ଧା ମହାକାଶଚାରୀମାନେ କେନ୍ଦ୍ରରେ ପହଞ୍ଚିବେ । ସେଠାରେ ସେମାନଙ୍କୁ ଆଲେକଜାଣ୍ଡାର ମିସୁରକିନ ଓ ନାସାର ମାର୍କ ଭନଡେ ହେଇ ଓ ଜୋଏ ଆକାବା ସ୍ୱାଗତ କରିବେ । ମିସୁରକିନ, ଭନଡେ ହେଇ ଓ ଜୋଏ ଆକାବା ଆସନ୍ତା ଫେବ୍ରୁଆରୀ ମାସରେ ପ୍‌ୃଥିବୀକୁ ଫେରିବାକୁ ଥିବାବେଳେ ଟିଙ୍ଗଲ, ସ୍କାପ୍ଲେରଭ ଓ କାନାଇ ଏପ୍ରିଲ ୨୦୧୮ରେ ଭୂପୃଷ୍ଠକୁ ଫେରିବେ ।

ନିଜର ଏହି ରହଣି କାଳରେ ଉକ୍ତ ଗବେଷକ ଦଳ ବିଭିନ୍ନ ପ୍ରକାରର ଜଟିଳ ଗବେଷଣା କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର