ନୂଆଦିଲ୍ଲୀ: ବୁଧବାର ପୂର୍ବାହ୍ନ ୧:୩୦ରେ ପାରାଦ୍ବୀପ ଠାରୁ ୧୨୦ କିଲୋମିଟର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ବାତ୍ୟା ଅମ୍ଫାନ୍ର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା ଆଜି ଅପରାହ୍ଣରେ ଆରମ୍ଭ ହେବ। ବିଳମ୍ବିତ ସନ୍ଧ୍ୟାରେ ଏହା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳବର୍ତ୍ତୀ ଦିଘା ଓ ହାତିୟା ଦ୍ବୀପପୁଞ୍ଜ ଅଞ୍ଚଳ ସୁନ୍ଦରବନ ନିକଟରେ ଏହା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି।
୧୯୯୯ ମହାବାତ୍ୟା ପରେ ଅମ୍ଫାନ୍ ହେଉଛି ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ସୃଷ୍ଟ ଅନ୍ୟତମ ଭୀଷଣକାୟ ବାତ୍ୟା। ୨୦୦୪ରେ ଥାଇଲାଣ୍ଡ୍ ଏହି ବାତ୍ୟା ପାଇଁ ନାଁ ଦେଇଥିଲା। ସେ ଦେଶର ଭାଷାରେ ଅମ୍ଫାନ୍ର ଅର୍ଥ ଆକାଶ। ଚଳିତ ବାତ୍ୟା ନାମ ତାଲିକାରେ ଏହା ହେଉଛି ସର୍ବଶେଷ ନାମ।
ଗତବର୍ଷ ମେ ମାସରେ ହୋଇଥିବା ବାତ୍ୟା ‘ଫଣି’ର ନାମକରଣ କରିଥିଲା ବାଂଲାଦେଶ। ‘ଫଣି’ ପୂର୍ବରୁ ସଂଘଠିତ ହୋଇଥିବା ବାତ୍ୟା ‘ତିତ୍ଲି’ର ନାମକରଣ ପାକିସ୍ତାନ କରିଥିବା ବେଳେ ‘ହୁଡ୍ହୁଡ୍’ର ନାମକରଣ କରିଥିଲା ଓମାନ।
ଏହା ପରେ ସମ୍ଭାବ୍ୟ ବାତ୍ୟାମାନଙ୍କ ପାଇଁ ନୂତନ ନାମ ତାଲିକା କରାଯାଇଛି। ସେଗୁଡ଼ିକ ମଧ୍ୟରୁ ଉଲ୍ଲେଖନୀୟ ନାଁଗୁଡ଼ିକ ମଧ୍ୟରେ ରହିଛି ନର୍ଗିସ୍ (ବାଂଲାଦେଶ), ଗତି (ଭାରତ), ନିୱାର୍ (ଇରାନ୍), ବୁରେୱି (ମାଳଦ୍ବୀପ), ତୌକ୍ତାଏ (ମିଆଁମାର) ଏବଂ ୟାସ୍ (ଓମାନ୍)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/amphan3-1.jpg)