ରାଫେଲ ରାୟର ପୁନଃ ସମୀକ୍ଷା; ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ

0

ନୂଆଦିଲ୍ଲୀ: ରାଫେଲ୍‌ ମାମଲାରେ ସୁପ୍ରିମ୍‌ କୋର୍ଟ ପୂର୍ବରୁ ଦେଇଥିବା ରାୟର ପୁନଃ ସମୀକ୍ଷା ପାଇଁ ଆଗତ ହୋଇଥିବା ଏକ ରିଭ୍ୟୁ ପିଟିସନରେ ସଂଲଗ୍ନ ଥିବା ଦଲିଲ୍‌କୁ ପରୀକ୍ଷା କରିପାରିବେ ନା ନାହିଁ ସେ ସଂପର୍କିତ ରାୟକୁ ଆଜି ସଂରକ୍ଷିତ ରଖିଛନ୍ତି ସୁପ୍ରିମ୍‌ କୋର୍ଟ।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌ କେ କୌଲ ଏବଂ ଜଷ୍ଟିସ୍‌ କେ ଏମ୍‌ ଯୋସେଫ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ, କହିଛନ୍ତି ଯେ ଆଗତ ରିଭ୍ୟୁ ପିଟିସନ୍‌ ଉପରେ କେନ୍ଦ୍ର ସରକାର ଯେଉଁ ସବୁ ଆପତ୍ତି ଓ ଅଭିଯୋଗ ଉଠାଇଛନ୍ତି ଓ ଏଥିରେ ‘ଲିକ୍‌ ଡକୁମେଣ୍ଟ’ ଥିବା କହି ଏହି ପିଟିସନ୍‌ର ବୈଧତା ଓ ଗ୍ରହଣୀୟତା ଉପରେ ଯେଉଁ ସବୁ କଥା କହିଛନ୍ତି, କୋର୍ଟ ପ୍ରଥମେ ତା’ର ବିଚାର କରିବେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ରାଫେଲ ରାୟର ପୁନଃ ସମୀକ୍ଷା ପାଇଁ ଆବେଦନ କର ଯଶବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌ କୋର୍ଟରେ ଯେଉଁ ରିଭ୍ୟୁ ପିଟିସନ୍‌ ଆଗତ କରିଥିଲେ ତା’ ଉପରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠରେ କେନ୍ଦ୍ର ସରକାର କହିଥିଲେ ଯେ
ସରକାରଙ୍କ ବିନା ଅନୁମତିରେ ଏହି ରିଭ୍ୟୁ ପିଟିସନ୍‌ରେ କେତେକ ସମ୍ବେଦନଶୀଳ ଦସ୍ତାବିଜର ଫଟୋ କପି ସଂଲଗ୍ନ କରାଯାଇଛି, ଯାହାକି ଦେଶର ନିରାପତ୍ତାକୁ ବିପନ୍ନ କରୁଛି। କେବଳ ସରକାରଙ୍କୁ ବଦନାମ କରିବା ସହ ଅଯଥା ବିଭ୍ରାନ୍ତି ସୃଷ୍ଟି ପାଇଁ ଆଗତ ଏହି ରିଭ୍ୟୁ ପିଟିସନ୍‌କୁ ଖାରଜ କରିଦେବାକୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.