ନୂଆଦିଲ୍ଲୀ : ଆମ ଦେଶରେ ଏବେ କେରଳ ବନ୍ୟାକୁ ନେଇ ଚର୍ଚ୍ଚା ଚାଲିଛି । ଆଉଗୋଟିଏ ମୁଖ୍ୟ ବିବାଦ ହେଉଛି ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ୭୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବ ଓ ଏହାକୁ ଗ୍ରହଣ କରିବାକୁ ମୋଦି ସରକର ଅମଙ୍ଗ ହେବା । ଏଥିପାଇଁ ଅନେକ ଗଣମାଧ୍ୟମ ଓ କେରଳ ସରକାର ମୋଦି ସରକାରଙ୍କୁ ସମାଲୋଚନା କରୁଛନ୍ତି । କେନ୍ଦ୍ର ସରକାର ୬୦୦ କୋଟି ଦେଇଥିବାବେଳେ ଏକ ବିଦେଶୀ ରାଷ୍ଟ୍ର ୭୦୦ କୋଟି ଦେବା ସରକାରଙ୍କ ପ୍ରତି ଏକ ଲଜ୍ଜା ବୋଲି କହୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆମ ଦେଶର କେତେକ ଲୋକ ସରକାରଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ଆମ ଦେଶ ବିଶ୍ୱର ଏକ ବୃହତ ଅର୍ଥନୀତି ଓ ଏକ ଶକ୍ତିଶାଳୀ ଦେଶ । ବାହାରୁ ସହାୟତା ଆଣିବା ଆମ ସ୍ୱାଭିମାନର ବିରୋଧୀ ବୋଲି ଏହି ଲୋକମାନେ କହୁଛନ୍ତି । କିନ୍ତୁ ଏଠାରେ ମୂଳ ପ୍ରଶ୍ନ ହେଉଛି । ସତରେ କଣ ୟୁଏଇ ୭୦୦ କୋଟିର ସହାୟତା ଜାଚିଥିଲା ? କେରଳ ସଂପର୍କରେ ୟୁଏଇ ସରକାରଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିକୁ ଭଲଭାବେ ପଢନ୍ତୁ । ଏଥିରେ କୌଣସିଠାରେ ୭୦୦ କୋଟି ସହାୟତା କଥା କୁହାଯାଇ ନାହିଁ । ତେବେ କିଏ ସତ କହୁଛନ୍ତି–କେରଳ ମୁଖ୍ୟମନ୍ତ୍ରୀ ନା ଖୋଦ ୟୁଏଇ ସରକାରଙ୍କ ପ୍ରେସ ବିଜ୍ଞପ୍ତି । ଅଥବା ଭାରତ ସରକାରଙ୍କୁ ବଦନାମ କରିବାକୁ ଏକ ସୁଚିନ୍ତିତ ଯୋଜନା ?