ନିର୍ବାଚନ କମିସନଙ୍କ ସୂଚନା : ଦେଶରେ ୩୨୩ଟି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲା, ଓଡ଼ିଶାରୁ କେବଳ ଗୋଟିଏ

ନୂଆଦିଲ୍ଲୀ: ଚଳିତ ଲୋକସଭା ଓ କେତେକ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ହେଲେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ନେତା, କର୍ମୀ ଓ ସମର୍ଥକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୀତି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏହା ଖୋଲାଖୋଲି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିଛି ।

ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅୁନସାରେ, ଏପ୍ରିଲ ୧୨ ତାରିଖ ସୁଦ୍ଧା ସାରା ଦେଶରେ ୩୨୩ଟି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲା ପଂଜିକୃତ ହୋଇଛି । ଏହି ମାମଲାରେ ଶୀର୍ଷରେ ରହିଛି ଉତ୍ତର ପ୍ରଦେଶ । ଉତ୍ତର ପ୍ରଦେଶରେ ମୋଟ ୭୪ଟି ମାମଲା ରେକର୍ଡ କରାଯାଇଥିବାବେଳେ କେବଳ ଗୋଟିଏ ମାମଲାର ସମାଧାନ ହୋଇଛି । ଏହା ପଛକୁ ରହିଛି ଜମ୍ମୁ କାଶ୍ମୀର । ସେହିପରି ଓଡ଼ିଶାରୁ କେବଳ ଗୋଟିଏ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲା ପଂଜିକୃତ ହୋଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର