‘ପୁଲଓ୍ଵାମା ଆକ୍ରମଣ ମୋ ହୃଦୟ ଭତିରେ ନିଆଁ ଜାଳି ଦେଇଛି’; ପ୍ରଧାନମନ୍ତ୍ରୀ ମୋଦି

ବେଗୁଲସରାଇ (ବିହାର): ଜମ୍ମୁ- କଶ୍ମୀରର ପୁଲଓ୍ଵାମା ଠାରେ ଆତଙ୍କବାଦୀମାନେ ଯେପରି ଅତ୍ୟନ୍ତ କାପୁରୁଷ ଭାବେ ୪୦ ଜଣ ସିଆରପିଏଫ୍‌ ଯବାନଙ୍କୁ ଶହୀଦ କଲେ, ‘ସେ ଘଟଣା ମୋ ହୃଦୟ ଭିତରେ ନିଆଁ ପରି ଜଳୁଛି’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବିହାରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଘଟଣାକୁ ନେଇ ଆପଣମାନଙ୍କ ହୃଦୟ ଭିତରେ ଯେପରି ନିଆଁ ଜଳୁଛି, ଠିକ୍‌ ସେହିପରି ମୋ ହୃଦୟ ମଧ୍ୟରେ ମଧ୍ୟ ନିଆଁ ଜଳୁଛି। ଆମ ଧୈର୍ଯ୍ୟ ଓ ସଂଯମତାର ପରୀକ୍ଷା ବହୁତ ନିଆଗଲା। ଏବେ ଆଉ ନୁହେଁ; ଆଉ ଆତଙ୍କବାଦକୁ କୌଣସି ପରିସ୍ଥିତରେ ବି ବରଦାସ୍ତ କରାଯିବ ନାହିଁ। ସେମାନେ ଯେଉଁ ଭାଷା ବୁଝନ୍ତି ସେମାନଙ୍କୁ ସେହି ଭାଷାରେ ଉତ୍ତର ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏହି ଆତଙ୍କବାଦୀ ହାମ୍‌ଲାରେ ଶହୀଦ୍‌ ହୋଇଥିବା ବିହାରର ଦୁଇ ସିଆର୍‌ପିଏଫ୍‌ ଯବାନ ପାଟନାର ସଂଜୟ କୁମାର ସିହ୍ନା ଭାଗଲପୁରର ରତନ କୁମାର ଠାକୁରଙ୍କୁ ଗଭୀର ଶ୍ରଦ୍ଦାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ଏବଂ ଏଥରକ ଶହୀଦ୍‌ ଯବାନମାନଙ୍କର ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ଆଉଥରେ ହୋହରାଇ ଥିଲେ।

ସମ୍ବନ୍ଧିତ ଖବର