ପଢନ୍ତୁ ଏହି ମହିଳା ବାଇକର୍ସଙ୍କ କାହାଣୀ, ଯିଏ କି ବଦଳାଇଲେଣି ଅନେକ ଲୋକଙ୍କ ଜୀବନ

ଜଣେ ମହିଳା ଯେତିକି ମମତାମୟୀ ହୋଇଥାଏ ସେତିକି ଦୃଢ ବି ହୋଇଥାଏ | ଦୀର୍ଘ ଦିନ ଧରି ଚାଲିଆସିଥିବା ପୁରୁଷ ପ୍ରାଧାନ୍ୟ ମାନସିକତାକୁ ଦୁରେଇ ଏବେ ମହିଳା ବି ସବୁ କ୍ଷେତ୍ରରେ ଆଗକୁ ବଢିଲେଣି | ଆଜି ଆମେ କହିବୁ ଏଭଳି ଜଣେ ମହିଳା ବାଇକର୍ସଙ୍କ କାହାଣୀ ଯିଏ କି ଲୋକଙ୍କ ମାନସିକତା ପରିବର୍ତ୍ତନରେ ଏବେ ଲାଗିପଡିଛନ୍ତି |

ଉତ୍ତରପ୍ରଦେଶ ଲଖନଉରେ ରୁହନ୍ତି ଫରୟାଲ | ତାଙ୍କ କହିବା କଥା ଯଦି ମହିଳା କାର ଚଳାଇଲେ ଲୋକଙ୍କୁ ଆପତ୍ତି ନଥାଏ ତେବେ ବାଇକ ଚଳାଇଲେ ଲୋକଙ୍କୁ କାହିଁକି ଆଶ୍ଚର୍ଯ୍ୟ ଲାଗେ | ଯଦି ଝିଅମାନେ ସୋସିଆଲ ମିଡିଆରେ ନିଜକୁ ସାମିଲ କରୁଛନ୍ତି ତେବେ ଝିଅଟିଏ ବାଇକ ଚଳାଇଲେ କାହିଁକି ଲୋକ ଏହାକୁ ନେଇ ଆପତ୍ତି ଉଠାନ୍ତି ? ଏଭଳି ଚିନ୍ତାଧାରାକୁ ବଦଳାଇବା ପାଇଁ ଏବେ ଲାଗିପଡିଛନ୍ତି ଫରୟାଲ | ଫ୍ଲାଇଙ୍ଗ ରାଇଡ଼ର୍ସ ନାମକ ଏକ ଗ୍ରୁପ ଗଠନ କରି ସମାଜସେବା କ୍ଷେତ୍ରରେ ନିଜକୁ ସାମିଲ କରିଛନ୍ତି |

PHOTO-BETTERINDIA

ଏବେ ସ୍ଥାନୀୟ ଅଞ୍ଚଳରେ ଏହି ଗ୍ରୁପକୁ ନେଇ ଜୋରଦାର ଚର୍ଚ୍ଚା | କାରଣ ଯଦି କିଛି ସମସ୍ୟା ରହେ ଫରୟାଲ ଓ ତାଙ୍କ ସାଥି ସଂଗେ ସଂଗେ ସେହି ସ୍ଥାନରେ ବାଇକ ମାଧ୍ୟମରେ ପହଂଚି ଏହାକୁ ସମାଧାନ କରିଦେଇଥାନ୍ତି | ଗରିବଗୁରୁବାଙ୍କୁ ସାହାଯ୍ୟ ହେଉ କି ପର୍ବପର୍ବାଣୀରେ ଲୋକଙ୍କୁ ଅନ୍ନଦାନ ହେଉ ଏସବୁ କାମରେ ଲାଗିପଡିଛନ୍ତି ଏହି ମହିଳା ବାଇକର୍ସ | ବଡ କଥା ହେଉଛି ଭାରତ ସରକାରଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନରେ ନିଜକୁ ସାମିଲ କରି ଫରୟାଲ ଓ ତାଙ୍କ ସାଥି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି | ଝିଅଙ୍କ ପ୍ରତି ଲୋକଙ୍କ ଭାବନାକୁ ସଶକ୍ତ କରିବା ସହ କନ୍ୟା ରତ୍ନକୁ କିଭଳି ଯତ୍ନ କରାଯିବ ସେ ବାବଦରେ ବୁଝାଉଛନ୍ତି |

ସମ୍ବନ୍ଧିତ ଖବର