ସାବରିମାଲା ମନ୍ଦିରରେ ପ୍ରବେଶ କରିଥିବା ବିନ୍ଦୁ ଘରୁ ତଡ଼ା ଖାଇଲେ; ଏବେ ସରକାରୀ ଆଶ୍ରୟ ଗୃହରେ…

ତିରୁବନନ୍ତପୁରମ୍‌: ସୁପ୍ରିମକୋର୍ଟଙ୍କ ରାୟ ପରେ ସାବରିମାଲା ବିବାଦ ଥମିବାର ନାଁ ଧରୁନି। କିଛି ଦିନ ଅନ୍ତରରେ କିଛି ନା କିଛି ଘଟୁଛି ଏହି ମନ୍ଦିରକୁ ନେଇ। ଆୟପ୍ପା ଭଗବାନଙ୍କ ଏହି ମନ୍ଦିରରେ ପ୍ରବେଶ କରିବା ପାଇଁ ମହିଳାମାନେ ଯେତିକି ବ୍ୟାକୁଳ ସେମାନଙ୍କୁ ବିରୋଧ କରି ମନ୍ଦିର ବାହାରୁ ବିଦା କରିବାରେ ପରମ୍ପରାବାଦୀ  ବିକ୍ଷୋଭକାରୀ ତା’ଠୁ ବେଶି ତତ୍ପର।

ସେହିପରି ଜଣେ ମହିଳା ହେଉଛନ୍ତି ବିନ୍ଦୁ ଅମାନି। ଏହି ମାସ ଭିତରେ ଯେଉଁ ଦୁଇ ଜଣ ମହିଳା ବଳପୂର୍ବକ ସାବରିମାଳା ମନ୍ଦିରକୁ ପ୍ରବେଶ କରିଥିଲେ, ବିନ୍ଦୁ ହେଉଛନ୍ତି ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ। ସେ ସାବରିମାଳା ଭିତରେ ପ୍ରବେଶ କରିବା ପରେ ତାଙ୍କ ସହ ଯାହା ସବୁ ଘଟିଯାଇଛି ତାହା ଅତ୍ୟନ୍ତ ମର୍ମଭେଦୀ।

ସେ ମନ୍ଦିର ଭିତରେ ପ୍ରବେଶ କରି ଆାସିବା ପରେ ପାପ କରିଛନ୍ତି ବୋଲି ଅଭିଯୋଗ ଆଣି ତାଙ୍କ ପରିବାର ଲୋକ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି। ତାଙ୍କୁ ବର୍ତ୍ତମାନ ସରକାରୀ ଆଶ୍ରୟ ଗୃହରେ ରଖା ଯାଇଛି।

 

ଏ ନେଇ ନିଜର ମତ ରଖି କହିଛନ୍ତି କି , ‘ସେମାନେ ହୁଏତ ମୋତେ ଆକ୍ରମଣ କରିଥାନ୍ତେ। ସେମାନେ ହୁଏତ ମୋତେ ମାରି ଦେଇଥାନ୍ତେ। ମାତ୍ର ମୋତେ ଟିକେ ବି ଭୟ ଲାଗିଲା ନାହିଁ।’

ସେ ନିକଟରେ ଏକ ସାକ୍ଷାତ୍‌କାରରେ ଆହୁରି ବି କହିଛନ୍ତି କି ‘ସମସ୍ୟା ଉପୁଯାଇବା ଆମର ଲକ୍ଷ୍ୟ ନୁହେଁ। କେବଳ ମନ୍ଦିର ଭିତରକୁ ଯିବା ହିଁ ଆମର ଲକ୍ଷ୍ୟ ଥିଲା। ପରପିଢ଼ିର ମହିଳାଙ୍କ ସକାଶେ କିଛି କରିବା ଆମର ଲକ୍ଷ୍ୟ।

ସମ୍ବନ୍ଧିତ ଖବର