‘ସେମାନେ କହୁଥିଲେ ଚୌକିଦାର ଚୋର୍‌ ହୈ, କିନ୍ତୁ ଦେଖନ୍ତୁ ଟଙ୍କା କେଉଁଠୁ ମିଳିଲା ’ : ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସହଯୋଗୀଙ୍କ ଘରେ ଚଢ଼ାଉକୁ ନେଇ ଏଭଳି ମତ ରଖିଲେ ମୋଦୀ

ମୁମ୍ବାଇ : ମଙ୍ଗଳବାର କଂଗ୍ରେସକୁ ସମାଲୋଚନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟଛି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଅତି ବିଶ୍ୱସ୍ତ ସହଯୋଗୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିବାକୁ ନେଇ ମୋଦୀଜୀ ବିପକ୍ଷ ଦଳକୁ କଟାକ୍ଷ କରିଛନ୍ତି । “ପ୍ରାୟ ୬ମାସ ହେଲାଣି ସେମାନେ କହି ଆସୁଛନ୍ତି, ‘ଚୌକିଦାର ଚୋର୍‌ ହୈ’ । କିନ୍ତୁ ଏବେ ଦେଖନ୍ତୁ ଟଙ୍କା କେଉଁଠୁ ବାହାରିଲା । ଚୌକିଦାରକୁ କିଏ ଡ଼ରୁଛି? ଯଦି ଏତେ ପରିମାଣର ଟଙ୍କା ଜବତ କରାଯାଉଛି, ତେବେ ସେମାନେ ଚୌକିଦାରକୁ ଗାଳି ଦେବା ବା ଅପମାନ କରି ଚୌକିଦାର ଚୋର୍‌ ହୈ ଅଭିଯାନ ଆରମ୍ଭ କରିବା ସ୍ୱାଭବିକ କଥା । ଟଙ୍କା ଜବତ ହେବା ପରେ ପ୍ରକୃତରେ ଚୋର କିଏ, ତାହା ସାମ୍ନାକୁ ଆସି ଯାଇଛି” ବୋଲି କହିଥିଲେ ମୋଦୀଜୀ ।

hindustantimes.com

ସୂଚନା ମୁତାବକ, ୬ମାସ ତଳେ ରାଫେଲ ଡିଲକୁ ନେଇ କଂଗ୍ରେସ ମୋଦୀଙ୍କୁ ଟାର୍ଗେଟ କରି ‘ଚୌକିଦାର ଚୋର୍‌ ହୈ’ ଅଭିଯାନ ଆରମ୍ଭ କରିଥିଲେ । ଏବେ କଂଗ୍ରେସର ସେହି ଅଭିଯାନକୁ ସମାଲୋଚନା କରି ଏଭଳି ମତ ରଖିଛନ୍ତି ମୋଦୀ । କମଲ ନାଥଙ୍କ ବିଶ୍ୱସ୍ତ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇ ୨୮୧କୋଟି ଟଙ୍କା ଜବତ ହେବା ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦୀ ।

ସମ୍ବନ୍ଧିତ ଖବର