ତୃତୀୟ ଶ୍ରେଣୀରେ ଶିଖିଥିବା କଥାକୁ କାମରେ ଲଗାଇଲେ ୧୦ବର୍ଷର ବାଳିକା, ନିଆଁ ମୁହଁରୁ ଏପରି ବଞ୍ଚାଇଲେ ୧୬ଜଣଙ୍କ ଜୀବନ

ମୁମ୍ବାଇ : ମୁମ୍ବାଇରେ ଥିବା କ୍ରିଷ୍ଟାଲ ଟାଓ୍ଵାରରେ ହଠାତ୍‌ ନିଆଁ ଲାଗିଯିବାରୁ ୪ଟି ନୀରିହ ଜୀବନ ଚାଲି ଯାଇଛି । କିନ୍ତୁ ଅଧିକ ଜୀବନ ଯିବା ପୂର୍ବରୁ ସେମାନଙ୍କୁ ମୃତ୍ୟୁ ମୁଖରୁ ବାହାର କରି ଆଣିଛନ୍ତି ୧୦ବର୍ଷିୟ ନାବାଳିକା ଜେନ୍‌ ସଦାବର୍ତ୍ତେ । ବିଲ୍‌ଡ଼ିଂର ୧୮ମହଲାରେ ରହୁଥିଲେ ଜେନ୍‌ । ୧୭ମହଲାରେ ନିଆଁ ଲାଗିଥିବା ଜାଣି ସେ ପ୍ରଥମେ ତାଙ୍କ ପରିବାର ଏବଂ ପଡ଼ୋଶୀଙ୍କୁୁ ଏ ନେଇ ଜଣାଇଥିଲେ । ନିଆଁକୁ ନ ଡ଼ରି ସେ ଲୋକମାନଙ୍କୁ ବଞ୍ଚିବାର ଉପାୟ ବତାଇଥିଲେ । ନିଆଁ ଲାଗି ଚାରିଆଡ଼େ ଧୂଆଁ ହୋଇ ଯାଇଥିବାରୁ ସେ ଧୂଆଁ ମଧ୍ୟରେ କେମିତି ନିଶ୍ୱାସ ନେବାକୁ ହୁଏ ସେ ବିଷୟରେ ସେ ଲୋକମାନଙ୍କୁ କହିଥିଲେ । ଏଥି ପାଇଁ ଏକ କପଡ଼ାକୁ ପାଣିରେ ବୁଡ଼ାଇ ସେ ମୁହଁରେ ବାନ୍ଧିବାକୁ କହିଥିଲେ । ଯାହା ଫଳରେ ୧୬ଜଣଙ୍କର ଜୀବନ ବଞ୍ଚି ପାରିଥିଲେ ।

Deccan Chronicle

ଏ ବିଷୟରେ କେମିତି ଜାଣିଲ ବୋଲି ପଚରାଯିବା ପରେ, ତୃତୀୟ ଶ୍ରେଣୀରେ ମୁଁ ବିପର୍ଯ୍ୟୟ ପରିଚାଳନା ଉପରେ ପଢ଼ୁଥିବା ବେଳେ ଏ ବିଷୟରେ ଜାଣିଥିଲି । ଯାହା ମୋତେ ଆଜିି ୧୬ଜଣଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଛି । କ୍ରିଷ୍ଟାଲ ଟାଓ୍ଵାରରେ ଲାଗିଥିବା ନିଆଁରେ ୪ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର