ବିରଳ ରୋଗରେ ଆକ୍ରାନ୍ତ ହେଲେ ବାଳକ; ଆଖି ଓ କାନରୁ ହେଉଛି ରକ୍ତସ୍ରାବ, ଜାଣନ୍ତୁ କ’ଣ ସେ ରୋଗ?

0 392

ଫଟୋରେ ଦୃଶ୍ୟମାନ ହେହଉଥିବା ଏହି ୬ ବର୍ଷିଅ ବାଳକ ଆୟୁଷଙ୍କର ବାପା ଜଣେ ଦିନ ମଜୁରିଆ। ସେ ଦନକୁ ୩୦୦ ଟଙ୍କା ଲେଖାଏରେ ମଜୁରୀ ଲାଗି ନିଜ ପରିବାର ପେଟ ପୋଷନ୍ତି। ଏହା ତାଙ୍କ ପାଇଁ ନିଶ୍ଚୟ ଏକ ଦୁଃଖଦ ଖବର ଯେ ତାଙ୍କୁ ପୁଅ ନିଜର ଖେଳକୁଦ ବୟସରେ ହସ୍ପିଟାଲ୍‌ରେ ଦିନ ବିତାଉଛନ୍ତି। ଗତ ୧୫ ମାସ ହେବ ଆୟୁଷ ଏକ ବିରଳ ରୋଗରେ ଆକ୍ରାନ୍ତ। ଏହି ୧୫ ମାସ ମଧ୍ୟରେ ସେ ୧୨ ଥର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ସାରିଲେଣି। ଆୟୁଷଙ୍କ ଶରୀରର କେଉଁ ଅଙ୍ଗରୁ କେବେ ରକ୍ତ ନିର୍ଗତ ହେଉଛି ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ରକ୍ତ ନିର୍ଗତ ହେବା ପରେ ସେ ସଂକ୍ରମଣର ଶିକାର ହେଉଛନ୍ତି। ବର୍ଷକୁ ଊର୍ଧ୍ୱ ହେବ ଏହି ରୋଗ ଚିହ୍ନଟ ହୋଇଥିଲେ ବି ଆର୍ଥିକ ଅସ୍ୱଚ୍ଛଳତା ହେତୁ ଆୟୁଷର ବାପାମାଆ ତାଙ୍କ ପୁଅର ଉଚିତ ଚିକିତ୍ସା କରିପାରୁ ନାହାନ୍ତି।

ତାଙ୍କୁ ବଞ୍ଚାଇ ରଖିବାର ଏକମାତ୍ର ଉପାୟ ହେଉଛି ବୋନ୍‌ ମାରୋ ଟ୍ରାନ୍ସପ୍ଲାଣ୍ଟ୍‌। ଆୟୁଷଙ୍କ ବାପା ଅନୀଲ ନିଜ ପୁଅକୁ ଜୀବନ ଦେବା ପାଇଁ ଅନୀଲ ନିଜେ ବୋନ୍‌ ମାରୋ ଦାନ କରିବାକୁ ଚାହିଁଥିଲେ। ମାତ୍ର ତାଙ୍କର ବୟସ ଅତିକ୍ରମ କରି ଯାଇଥିବା ହେତୁ ତାହା ସମ୍ଭବ ହୋଇପାରିଲା ନାହିଁ। ପ୍ରାରମ୍ଭରୁ ଆୟୁଷଙ୍କ ତ୍ୱଚା ମଳିନ ପଡ଼ିବା ଦେଖି ତାଙ୍କ ମାଆ ଭୟଭୀତ ହୋଇ ପଡ଼ିଥିଲେ। ମାତ୍ର ୨୦୧୭ ମସିହାରେ ଚିକିତ୍ସା ହେବାରୁ ଜାଣିବାକୁ ମିଳିଲା ଯେ ତାଙ୍କୁ ଆପ୍ଲାଷ୍ଟିକ୍‌ ଆମେନିଆ ବୋଲି ଏକ ବିରଳ ରୋଗ ହୋଇଛି।

ଆୟୁଷଙ୍କ ଆଖି, ଦାନ୍ତ ଆଦି ବିଭିନ୍ନ ସ୍ଥାନରୁ ରକ୍ତପାତ ହେବା ସହ ଝାଡ଼ା, ପରିଶ୍ରାରେ ମଧ୍ୟ ରକ୍ତ ପଡୁଥିବା ଜାଣିବାକୁ ମିଳିଛି। ଯେତେ ଥର ବି ରକ୍ତପାର ହେଉଛି ତାଙ୍କୁ ତତ୍‌କ୍ଷଣାତ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡୁଛି। ସାଧାରଣ ପିଲାମାନଙ୍କର ପ୍ଲେଟ୍‌ଲେଟ ୧୫୦,୦୦୦ ରହୁଥିବା ବେଳେ ଆୟୁଷଙ୍କର ମାତ୍ର ୫,୦୦୦ ପ୍ଲେଟ୍‌ଲେଟ୍‌ ରହୁଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏକଦମ ବିପଦପୂର୍ଣ୍ଣ ଅବସ୍ଥାରେ ରହଛି। ସେ ଦିନକୁ ପ୍ରାୟ ୧୦ଟି ଟାବ୍‌ଲେଟ୍‌ ଖାଉଛନ୍ତି। ସପ୍ତାକୁ ଥରୁଟିଏ ରକ୍ତ ବି ନେବାକୁ ପଡୁଛି।

ତାଙ୍କ ବାପା ଅନୀଲ ଟଙ୍କା ଯୋଗାଡ଼ କରିବା ପାଇଁ ବହୁ ପ୍ରକାର ଚେଷ୍ଟା ଚଳାଇଛନ୍ତି। ସେ ନିଜର ସବୁ ସଞ୍ଚିତ ଅର୍ଥ ଖର୍ଚ୍ଚ କରିବା ପରେ ଏବେ ଏକ ପାଣ୍ଠି କରିବାର ଯୋଜନା କରିଛନ୍ତି। ତାଙ୍କ ପୁଅର ଚିକିତ୍ସା ପାଇଁ ଅତି କମ୍‌ରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତରମାନେ କହିଛନ୍ତି। ଆୟୁଷଙ୍କ ବାପା କହିଛନ୍ତି ଯେ ଯାହା ଯେମିତି କରି ସେ ୧୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଯୋଗାଡ଼ କରିପାରିବେ। ମାତ୍ର ଆହୁରି ୮ ଲକ୍ଷ ଟଙ୍କାର ସହାୟତା ତାଙ୍କୁ ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.