୫୦ କୋଟି ବିନିମୟରେ ବାଚସ୍ପତିଙ୍କୁ ନିଜ ପଟକୁ ନେଇଛନ୍ତି ବୋଲି କହୁଥିବା ଅଡିଓ ଟେପ୍‌ ପ୍ରଘଟ ହେବା ପରେ ଅଡୁଆରେ କର୍ଣ୍ଣାଟକ ବିଜେପି ମୁଖ୍ୟ ୟେଦୁରାପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ରମେଶ କୁମାରଙ୍କୁ ନିଜ ପଟକୁ ନେବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କୁ ନଗଦ ୫୦ କୋଟିର ଉତ୍କୋଚ ଦେଇଚି ବୋଲି ଏକ ଅଡିଓ ଟେପ୍‌୍‌ ଆଜି ପ୍ରଘଟ ହେବା ପରେ କର୍ଣ୍ଣାଟକ ରାଜନୀତି ପୁଣି ଥରେ ସରଗରମ ହୋଇ ଉଠିଛି।

କର୍ଣ୍ଣାଟକ ବିଜେପି ମୁଖ୍ୟ ବି ଏସ୍‌ ୟେଦୁରାପ୍ପା ଜେଡି(ଏସ୍‌) ବିଧାୟକ ନାଗ୍‌ଆନ୍‌ଗୌଡ଼ଙ୍କ ପୁତ୍ର ସାର୍‌ନା ଗୌଡ଼ାଙ୍କ ସହ କରିଥିବା ବାର୍ତ୍ତାଳାପର ଏକ ଅଡିଓ ଟେପ୍‌ ଆଜି ପ୍ରଘଟ ହୋଇଛି। ପ୍ରଘଟ ହୋଇଥିବା ଅଡିଓ ଟେପ୍‌ରେ କର୍ଣ୍ଣାଟକ ବିଜେପି ମୁଖ୍ୟ ୟେଦୁରାପ୍ପା ନାଗ୍‌ଆନ୍‌ଗୌଡ଼ଙ୍କୁ ଜେଡି(ଏସ୍‌)ରୁ ଇସ୍ତଫା ଦେଇ ବିଜେପିକୁ ସମର୍ଥନ ଦେବାକୁ ପ୍ରବର୍ତ୍ତାଇବା ସହ ଏଥିପାଇଁ ତାଙ୍କୁ ୩୦ କୋଟି ଟଙ୍କା ଦିଆଯିବ ବୋଲି କହୁଥିବା ଶୁଣିବାକୁ ମିଳିଛି। ପୁଣି ଏଇ ଅଡିଓ ଟେପ୍‌ରେ ୟେଦୁରାପ୍ପା ସାର୍‌ନାଙ୍କୁ କହୁଛନ୍ତି ଯେ ଆମେ ବାଚସ୍ପତି ରମେଶ କୁମାର ମଧ୍ୟ ଆମ ପଟକୁ ଆସିବେ ବୋଲି କହିଛନ୍ତି ଓ ଏଥିପାଇଁ ସେ ୫୦ କୋଟି ନେବେ।

ଏହି ଅଡିଓ ଟେପ୍‌ ପ୍ରଘଟ ହେବା ପରେ କର୍ଣ୍ଣାଟକ ରାଜନୀତି ଆଉଥରେ ସରଗରମ ହୋଇ ଉଠିବା ସହ ବିଜେପି ଓ ଏହାର ରାଜ୍ୟ ମୁଖ୍ୟ ବି ଏସ୍‌ ୟେଦୁରାପ୍ପା ଏକ ଅଡ଼ୁଆ ସ୍ଥିତିରେ ପଡ଼ି ଯାଇଛନ୍ତି। ଅନ୍ୟ ପକ୍ଷରେ ପ୍ରଘଟ ହୋଇଥିବା ଅଡିଓ ଟେପ୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବାଚସ୍ପତି ରମେଶ କୁମାର କହିଛନ୍ତି ଯେ ଏହା ଏକ ଅପରାଧିକ କାର୍ଯ୍ୟ ଏବଂ ଏ ମାମଲା ସଂପର୍କରେ ପୁଲିସ୍‌ ତଦନ୍ତ ପଡ଼ିବ।

ସମ୍ବନ୍ଧିତ ଖବର