ସ୍ୱାମୀଙ୍କୁ ବିନା ହେଲ୍‌ମେଟରେ ଧରିଲେ ମହିଳା ଟ୍ରାଫିକ୍‌ ପୁଲିସ,ଚକୋଲେଟ ଏବଂ ଫୁଲ ଦେଇ କହିଲେ ଏଥର ଛାଡ଼ିଲି, ଆରଥରକୁ…

ନୂଆଦିଲ୍ଲୀ : ଟ୍ରାଫିକ୍‌ ସିଗ୍‌ନାଲ ଭାଙ୍ଗିବା ପରେ ପୁଲିସ ଚାଲାଣ କାଟିଥାଏ,ତାହା ସମସ୍ତଙ୍କୁ ଜଣା । କିନ୍ତୁ ଟ୍ରାଫିକ ନିୟମ ଭାଙ୍ଗିବା ମଧ୍ୟ ଚାଲାଣ ନ କାଟି ଚକୋଲେଟ ଏବଂ ଫୁଲ ଦେବା କଥା କେବେ ଶୁଣି ଥିଲେ କି? ଆଜ୍ଞା ହଁ! ହରିୟାଣାର ଝଜ୍ଜରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

oneindia.com

ସବୁଠାରୁ ଖାସ୍‌ କଥା ହେଲା,ପୁଲିସ ଫୁଲ ଏବଂ ଚକୋଲେଟ ବାଣ୍ଟୁଥିବା ବେଳେ ମହିଳା ଟ୍ରାଫିକ୍‌ ପୁଲିସଙ୍କ ସ୍ୱାମୀ ବିନା ହେଲ୍‌ମେଟ୍‌ରେ ସେଇ ବାଟ ଦେଇ ଯାଉଥିଲେ । ମହିଳା ପୁଲିସକର୍ମୀ ନିଜ ସ୍ୱାମୀଙ୍କୁ ଅଟକାଇବା ସହ ତାଙ୍କୁ ଫୁଲ ଏବଂ ଚକୋଲେଟ୍‌ ଦେଇଥିଲେ । ଏହା ସହ ଏଥର ଫୁଲ ଏବଂ ଚକୋଲେଟ୍‌ ଦେଉଛି । ଆର ଥରକୁ ଏଭଳି ଭୁଲ କଲେ ଚାଲାଣ କାଟିବି କହି ନିଜ ସ୍ୱାମୀଙ୍କୁ ଛାଡ଼ିଥିଲେ । ମହିଳା ପୁଲିସକର୍ମୀ ଜଣଙ୍କ ନିଜ ସ୍ୱାମୀଙ୍କୁ ଫୁଲ ଦେଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର