ମରିବାର ଗୋଟେ ମାସ ପୂର୍ବରୁ ମରିବାର ଦିନ ଏବଂ ସମୟ କହିଥିଲେ ଏହି ବ୍ୟକ୍ତି, ଠିକ୍‌ ସେହି ସମୟରେ ଚାଲିଗଲା ଜୀବନ

ନାଗଦା(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ନାଗଦାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ବ୍ୟକ୍ତି ନିଜ ମୃତ୍ୟୁର ଦିନକୁ ମାସେ ପୂର୍ବରୁ ଘୋଷଣା କରିଥିବା ବେଳେ ଠିକ୍‌ ସେହି ଦିନ ଏବଂ ସେହି ସମୟରେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ପ୍ରଥମେ ଏହି କଥାକୁ କେହି ବିଶ୍ୱାସ କରୁ ନଥିବା ବେଳେ ଏବେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ଶରୀରରେ ଆଘାତ ଲାଗିଥିବା ବେଳେ ତାହା ଭଲ ହୋଇ ନଥିଲା । ଯାହା ଫଳରେ ବ୍ୟକ୍ତିଜଣଙ୍କ ନିଜ ପରିଜନମାନଙ୍କୁ ପୂର୍ବରୁ ନିଜର ମୃତ୍ୟୁ ସମୟ ବିଷୟରେ କହି ଦେଇଥିଲେ । ମୋର ମୃତ୍ୟୁ ସମୟ ପାଖେଇ ଆସୁଛି ।

YouTube

ମୁଁ ମେ ୧୮ ଆପରାହ୍ନ ୪ଟାରେ ମୃତ୍ୟୁବରଣ କରିବାକୁ ଯାଉଛି । ଯାହାର ମୋତେ ଦେଖିବାର ଇଚ୍ଛା ଆସି ଦେଖି ନିଅ ବୋଲି ମୃତ ବ୍ୟକ୍ତି ଜଣଙ୍କ ନିଜ ବନ୍ଧୁ ପରିଜନମାନଙ୍କୁ ଜଣାଇଥିଲେ । ଏ କଥା ଶୁଣିବା ପରେ ସମସ୍ତେ ତାଙ୍କ କଥାକୁ ହସରେ ଉଡ଼ାଇ ଦେଇଥିଲେ । ଯେତେବେଳେ ମୃତ ବ୍ୟକ୍ତିଜଣଙ୍କ କହିଥିବା କଥା ସତ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ମୃତ ବ୍ୟକ୍ତିଙ୍କ ପୁଅଙ୍କ କହିବା ଅନୁଯାୟୀ, ଦେଢ଼ ମାସ ପୂର୍ବରୁ ବାପାଙ୍କ ଶରୀରରେ ଆଘାତ ଲାଗିଥିଲା । ଯାହାର ଚିକିତ୍ସା କରାଇବା ପରେ ମଧ୍ୟ ତାହା ଭଲ ହୋଇ ନଥିଲା । କିଛି ଦିନ ଘରେ ରହିବା ପରେ ବାପା ଭାଙ୍ଗି ପଡ଼ିଥିଲେ । ମାସେ ପୂର୍ବରୁ ହଠାତ୍‌ ସେ ନିଜର ମୃତ୍ୟୁ ସମୟ ଏବଂ ତାରିଖ କହିଥିଲେ । ଯାହାକୁ ଶୁଣିବା ପରେ ଆମେମାନେ ବିଶ୍ୱାସ କରି ନଥିଲୁ । କିନ୍ତୁ ସେ କହିଥିବା ଠିକ୍‌ ସେହି ସମୟ ଏବଂ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର