ଗୋଟିଏ ଗୁଳିରେ ୨ ଶିକାର; ଜାଣନ୍ତୁ ତେଲେଙ୍ଗାନା ଟ୍ରାଫିକ୍‌ ପୁଲିସ୍‌ କେଉଁ ଗୁଳି ମାରି ଏହି ଶିକାର କରୁଛି!

ହାଇଦ୍ରାବାଦ: ଯାନ ଚାଳକମାନେ ଟ୍ରାଫିକ୍‌ ନିୟମ ମାନି ଚଳନ୍ତୁ ବୋଲି ବିଭିନ୍ନ ସହରର ଟ୍ରାଫିକ୍‌ ପୁଲିସ୍‌ଙ୍କ ପକ୍ଷରୁ ଭିନ୍ନ ଭିନ୍ନ ନିଆରା କାର୍ଯ୍ୟ କରାଯାଉଥିବାର ଦେଖିବାକୁ ମିଳୁଛି। ନିଆରା ପୋଷ୍ଟର୍‌ରୁ ନେଇ ନିଆରା ବେସ ଧାରଣ କରି ଆଜିକାଲି ଟ୍ରାଫିକ୍‌ ପୁଲିସ୍‌ମାନେ ଲୋକଙ୍କ ମନୋରଞ୍ଜନ କରାଇ ସଡ଼କ ସଚେତନତା ବାର୍ତ୍ତା ବାଣ୍ଟୁଥିବାର ଅନେକ ଉଦାହାରଣ ରହିଛି।

ନିକଟରେ ଏକ ନିଆରା କାର୍ଯ୍ୟ କରି ଚର୍ଚ୍ଚାରେ ତେଲେଙ୍ଗାନା ଟ୍ରାଫିକ୍‌ ପୁଲିସ୍‌। ରାଜ୍ୟର ଗଡଓ୍ଵାଲ୍‌ ଜିଲ୍ଲାରେ ପ୍ରତିବର୍ଷ ବହୁଳ ପରିମାଣରେ ସଡ଼କ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ଯାଇଥିବା ରିପୋର୍ଟ ରହିଛି। ଦୁର୍ଘଟଣାର ହାର କମ୍‌ କରିବା ପାଇଁ ଆଇପିଏସ୍‌ ଅଫିସର୍‌ ଏକ ନୂଆ ପରିକଳ୍ପନା କରିଛନ୍ତି।

ଆଇପିଏସ୍‌ ଅଧିକାରୀ ଜିଲ୍ଲାର ଟ୍ରାଫିକ୍‌ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଟ୍ରାଫିକ୍‌ ଉଲଘଂନକାରୀମାନଙ୍କୁ ଥରେ ନିୟମ ଭଙ୍ଗ କରିବା ଅଭିଯୋଗରେ ସେମାନଙ୍କ ଦ୍ୱାରା ଗୋଟିଏ ଗଛ ପୋତାଇବେ। ଏହା ଦ୍ୱାରା ସଡ଼କ ଦୁର୍ଘଟଣା ହ୍ରାସ ପାଇବା ସହିତ ପରିବେଶ ଅନୁକୂଳ କାର୍ଯ୍ୟ ମଧ୍ୟ ହୋଇଯିବ, ଯାହାକୁ କୁହାଯାଏ ଗୋଟିଏ ଗୁଳିରେ ଦୁଇ ଶିକାର!

ରାଜ୍ୟରେ ୨୪ ପ୍ରତିଶତ ଶବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ ରଖି କରାଯାଇଥିବା ଏକ ଅଭିଯାନର ଏହା ଏକ ଅଂଶ।

ସମ୍ବନ୍ଧିତ ଖବର