ମୋଦିଙ୍କୁ ହତ୍ୟାକରିବାକୁ ଷଡ଼ଯନ୍ତ୍ର କରୁଛି ଏହି ଆତଙ୍କବାଦୀ

କୋଏମ୍ବାଟୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ । ଏ ନେଇ ଗୁଇନ୍ଦା ବିଭାଗ ପାଖରେ ନିର୍ଦ୍ଦିଷ୍ଟଭାବେ ସୂଚନା ହସ୍ତଗତ ହୋଇଛି । ୧୯୯୮ ମସିହା କୋଏମ୍ବାଟୁର ବୋମା ବିସ୍ଫୋରଣରେ ଅଭିଯୁକ୍ତ ମହମ୍ମଦ ରଫିକ୍‌ ନାମକ ବ୍ୟକ୍ତିକୁ ପୁଲିସ ଖୋଜୁଛି ।

ଏହି ଷଡ଼ଯନ୍ତ୍ର ସଂପର୍କରେ ରଫିକ୍‌ ଜନୈକ ଟ୍ରକ କଣ୍ଟ୍ରାକ୍ଟରଙ୍କୁ ଫୋନରେ କହୁଥିବା ଏକ ଅଡିଓ ଟେପରୁ ଜଣାପଡିଛି । ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଯୋଜନା ଆରମ୍ଭ ହୋଇଯାଇଥିବା ସେ ଏହି ଟେପରେ କହୁଥିବା ଶୁଣାଯାଉଛି । ୧୯୯୮ରେ କୋଏମ୍ବାଟୁରଠାରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଜନସଭାରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ରଫିକ ଗିରଫ ହୋଇ ନିଜର ଜେଲଦଣ୍ଡ ଭୋଗିସାରିଛି । ଜେଲରୁ ବାହାରିବା ପରେ ସେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ପୁଲିସ ଜାଣିପାରିଛି । ସେ ତାମିଲନାଡୁର ସାଲେମରେ ରହୁଥିବା ପ୍ରକାଶ ନାମକ ବ୍ୟକ୍ତି ସଂପର୍କରେ ଏହି ସଂପର୍କରେ କହୁଥିବା ଏହି ଟେପରୁ ଜଣାଯାଇଛି । ଏହି ଟେପ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାର ତଦନ୍ତ ଓ ରଫିକକୁ ଧରିବାକୁ ତାମିଲନାଡୁ ପୁଲିସ ଏକ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଢିଛି । ଏହା ସହିତ ରଫିକ ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇଛି ।

ସମ୍ବନ୍ଧିତ ଖବର