ସିନ୍ଦିଆଙ୍କୁ ହତ୍ୟା ଧମକ ଦେଇ ବିଜେପି ବିଧାୟିକାଙ୍କ ପୁଅ ଗିରଫ

ଭୋପାଳ: କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ହତ୍ୟା ଧମକ ଦେଇ ଦାମୋହ ଜିଲ୍ଲାର ଜଣେ ବିଜେପି ବିଧାୟିକାଙ୍କ ପୁଅ ଗିରଫ ହୋଇଛନ୍ତି। ଅଭିଯୁକ୍ତ ପ୍ରିନ୍ସଦୀପ୍‌ ଲାଲଚାନ୍ଦ୍‌ ଖାଟିକ୍‌ ସୋସିଆଲ୍‌ ମିଡିଆ ପୋଷ୍ଟ୍‍ରେ ସିନ୍ଦିଆଙ୍କୁ ହତ୍ୟା ଧମକ ଦେଇଛନ୍ତି। ବିଧାନସଭାରେ ହଟ୍ଟା ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଧାୟିକା ଉମା ଦେବୀ ଖାଟିକ୍‌ଙ୍କ ପୁଅ ପ୍ରିନ୍ସଦୀପ୍‌ ଏକ ଫେସବୁକ୍‌ ପୋଷ୍ଟ୍‍ରେ ଲେଖିଥିଲେ, ‘ଜ୍ୟୋତିରାଦିତ୍ୟ ସିନ୍ଦିଆ, ତୁମ ଶିରାପ୍ରଶିରାରେ ଜିଓ୍ଵଜି ରାଓଙ୍କ ରକ୍ତ ପ୍ରବାହିତ ହେଉଛି, ଯିଏ ଝାନ୍‌ସୀ ରାଣୀଙ୍କୁ ହତ୍ୟା କରିଥିଲେ। ଯଦି ତୁମେ ହଟ୍ଟାରେ ପାଦ ରଖ ତେବେ ମୁଁ ତୁମକୁ ଗୁଳି କରିଦେବି। ଆସନ୍ତା ୫ ତାରିଖରେ ସିନ୍ଦିଆ ହଟ୍ଟା ଜିଲ୍ଲାରେ ର‍୍ୟାଲି ରଖିଥିବା ବେଳେ ଏହା ପୂର୍ବରୁ ପ୍ରିନ୍ସଦୀପ୍‌ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର