ବିବାଦ ମଧ୍ୟରେ ପ୍ରଥମ ଥର ଫ୍ରାନ୍ସର ୩ ଲଢୁଆ ବିମାନ ଆସିଲା ଭାରତ

ଗ୍ଵାଲିୟର: କଂଗ୍ରେସ ରାଫେଲ ଲଢୁଆ ବିମାନ କିଣା ନେଇ ଦେଶ ବ୍ୟାପୀ ଅପ ପ୍ରଚାର କରୁଥିବା ବେଳେ ପ୍ରଥମ ଥର ଫ୍ରାନ୍ସର ୩ଟି ରାଫେଲ ଲଢୁଆ ବିମାନ ଭାରତରେ ଆସି ପହଞ୍ଚିଛି। ଏହି ୩ଟି ରାଫେଲ ଲଢୁଆ ବିମାନ ଗ୍ଵାଲିୟର ଏୟାରବେସ୍‌ରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରଖାଯିବ। ଏଥିରେ ଭାରତୀୟ ବାୟୁସେନାର ପାଇଲଟ୍‌ମାନେ ତାଲିମ ନେବେ।

ଫ୍ରାନ୍ସ ବାୟୁସେନାର ୩ଜଣ ରାଫେଲ ଲଢୁଆ ବିମାନ ଅଷ୍ଟ୍ରେଲିଆରେ ଏକ ଅନ୍ତର୍ଜାତୀୟ ଯୁଦ୍ଧାଭ୍ୟାସରେ ସାମିଲ ହେବାକୁ ଯାଇଥିଲେ। ଫେରିବା ବାଟରେ ସେମାନେ ମଧ୍ୟପ୍ରଦେଶର ଗ୍ଵାଲିୟରରେ ଅଟକିଛନ୍ତି। ଏହି ଅଭ୍ୟାସରେ ଭାରତୀୟ ବାୟୁସେନା ମଧ୍ୟ ଅଂଶ ଗ୍ରହଣ କରିଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଓ ଭାରତୀୟ ବାୟୁସେନାର ଯବାନମାନେ ଯୁଗ୍ମ ଭାବରେ ରାଫେଲ ଲଢୁଆ ବିମାନକୁ ଉଡ଼ାଇବେ। ଫ୍ରାନ୍ସ ବାୟୁସେନାର ପାଇଲଟ୍‌ ମିରାଜ ୨୦୦୦ ଲଢୁଆ ବିମାନ ଚଳାଇବେ।

ଅଷ୍ଟ୍ରେଲିଆରେ ପିଚ ବ୍ଲାକ ଯୁଦ୍ଧାଭ୍ୟାସରେ ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟ ଓ ସୁଖୋଇ-୩୦ ବିମାନ ଭାଗ ନେଇଥିଲା। ଗ୍ଵାଲିୟର ଏୟାରବେସରେ ରବିବାର ଆରମ୍ଭ ହୋଇଥିବା ଏହି ଯୁଗ୍ମ ଅଭ୍ୟାସରେ ଫ୍ରାନ୍ସର ପାଇଲଟ୍‌ ଉନ୍ନତ ମିରାଜ-୨୦୦୦ ଉଡାଇବେ।

ସମ୍ବନ୍ଧିତ ଖବର