କରୋନା ରୋଗୀଙ୍କୁ ଟିକ-ଟକ ଭିଡ଼ିଓ ସୁଟ କରିବାରେ ସାହାଯ୍ୟ କରିଥିବାରୁ ନିଲମ୍ବିତ ହେଲେ ଡାକ୍ତରଖାନାର ୩ କର୍ମଚାରୀ

ଆରିୟାଲୁର: କରୋନାଭାଇରସ୍ ରୋଗୀଙ୍କୁ ଟିକ-ଟକ୍ ଭିଡିଓ ସୁଟିଂ କରିବାରେ ସାହାଯ୍ୟ କରିଥିବାରୁ ଆରିୟାଲୁର ସରକାରୀ ଡାକ୍ତରଖାନାର ତିନିଜଣ ପରିମଳ କର୍ମଚାରୀଙ୍କୁ ଶନିବାର ନିଲମ୍ବିତ କରାଯାଇଛି। ମହିଳାଙ୍କ ମୋବାଇଲ୍ ଫୋନ୍ ଧରି ଥିବାରୁ ଏହି ତିନିଜଣଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି।

ଆରିୟାଲୁରର ୨୫ବର୍ଷୀୟା ମହିଳା ଭେଲାଚେରୀର ଫୋଏନିକ୍ସ ମଲରେ ଏକ ଦୋକାନରେ କାମ କରୁଥିବା ବେଳେ ମାର୍ଚ୍ଚ ୨୪ରେ ଚେନ୍ନାଇରୁ ଫେରି ଆସିଥିଲେ। ଫେରିବା ପରେ ସେ ଜ୍ୱରରେ ପୀଡିତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଦିନ ସେ କରୋନାରେ ଆକ୍ରାନ୍ତ ଥିବା ଜଣ ପଡିବାରୁ ତାଙ୍କୁ ଏକ ବିଚ୍ଛିନ୍ନ ୱାର୍ଡରେ ରଖାଯାଇଥିଲା | ଶୁକ୍ରବାର ସକାଳେ ତିନିଜଣ ପରିମଳ କର୍ମଚାରୀ ଯେତେବେଳେ ବିଚ୍ଛିନ୍ନତା ୱାର୍ଡକୁ ଯାଇଥିଲେ, ମହିଳାଜଣକ ତାଙ୍କର ଟିକ-ଟକ ଭିଡିଓ ସୁଟିଂ କରିବାକୁ କହିଥିଲେ।

Don't look down on TikTok. The 'timepass' app now has COVID-19 ...
ThePrint

ସୂତ୍ରରୁ ପ୍ରକାଶ ଯେ, ମହିଳାଜଣକ ନିୟମିତ ଟିକ-ଟକ ଭିଡିଓ ବନାଇବାରେ ଅଭ୍ୟସ୍ତ ଥିବା ସହ ତାଙ୍କ ଅନୁଗାମୀମାନେ ତାଙ୍କୁ ଭୁଲିଯିବେ ବୋଲି ଭାବି ଚିନ୍ତିତ ଥିଲେ। ଏ ନେଇ ସେ ଭିଡ଼ିଓ ସୁଟିଂ କରିବାକୁ ତିନିଜଣ ପରିମଳ କର୍ମଚାରୀଙ୍କୁ କହିଥିଲେ | ପରିମଳ କର୍ମଚାରୀ ମହିଳାଙ୍କ ମନ ରଖିବା ପାଇଁ ବାଧ୍ୟ ହୋଇ ଭିଡିଓ ସୁଟିଂ କରିଥିଲେ ଏବଂ ତାଙ୍କ ସହ ସେଲଫି ମଧ୍ୟ ନେଇଥିଲେ। ଏହା ଜାଣିବା ପରେ ଡାକ୍ତରଖାନାର ବରିଷ୍ଠ ଅଧିକାରୀମାନେ ଏହି ତିନିଜଣଙ୍କୁ ନିଲମ୍ବିତ କରିବା ସହ ପରେ ସେମାନଙ୍କୁ ଡାକ୍ତରଖାନାରେ ସଙ୍ଗରୋଧ କରି ରଖାଯାଇଥିଲା।

“ବିଚ୍ଛିନ୍ନତା ୱାର୍ଡରେ କେହି ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉଚିତ୍ ନୁହେଁ। ତାଙ୍କୁ ପଢିବା ପାଇଁ କିଛି ପୁସ୍ତକ ମଧ୍ୟ ଦିଆଯାଇଥିଲା। କିନ୍ତୁ ସେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଜିଦ୍ ଧରିଥିଲେ। ଥରେ ତାଙ୍କୁ ଦିଆଯିବା ପରେ ଏହାକୁ ଫେରାଇ ଆଣିବା କଷ୍ଟସାଧ୍ୟ ଥିଲା |ରବିବାର ସଙ୍ଗରୋଧରେ ଥିବା ୩ଜଣ ପରିମଳ କର୍ମଚାରୀଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ | ଯଦି ପରୀକ୍ଷା ଫଳାଫଳ ନେଗେଟିଭ ଆସେ, ତେବେ ଆମେ ସେମାନଙ୍କୁ ଘରକୁ ପଠାଇବୁ ଏବଂ ସେମାନଙ୍କୁ ନିଜ ଘରେ ରହିବାକୁ କହିବୁ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି | ବୋଲି ଡାକ୍ତରଖାନାର ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର