ବିଶ୍ୱରେ ଚଳିବା ପାଇଁ ସବୁଠୁ ଶସ୍ତା ସ୍ଥାନଗୁଡ଼ିକରେ ଭାରତର ୩ଟି ସହର: ସର୍ଭେ

ନ୍ୟୁୟର୍କ: ବିଶ୍ୱର ସବୁଠୁ ଖର୍ଚ୍ଚବହୁଳ ସହର ପ୍ୟାରିସ୍‌, ସିଙ୍ଗାପୁର ଓ ହଙ୍ଗ୍‌ କଙ୍ଗ୍‌ ହୋଇଥିବା ବେଳେ ଚଳିବା ନିମନ୍ତେ ସବୁଠୁ ଶସ୍ତା ଜାଗା ହେଉଛି ଦିଲ୍ଲୀ, ଚେନ୍ନାଇ ଓ ବେଙ୍ଗାଲୁରୁ। ‘ଦି ଇକୋନମିଷ୍ଟ୍‍ ଇଣ୍ଟେଲିଜେନ୍‌ସ୍‌ ୟୁନିଟ୍‌’ର ୨୦୧୯ ବର୍ଷ ଲାଗି କରାଯାଇଥିବା ‘ଓ୍ଵାର୍ଲଡ୍‌ଓ୍ଵାଇଡ୍‌ କଷ୍ଟ୍‍ ଅଫ୍‌ ଲିଭିଙ୍ଗ୍‌ ସର୍ଭେ’ରୁ ଏ ତଥ୍ୟ ମିଳିଛି।

ଶୀର୍ଷ ସ୍ଥାନରେ ତିନୋଟି ଶ୍ରେଷ୍ଠ ଶ୍ରେଣୀୟ ସହର ରହିଥିବା କଥା ବାର୍ଷିକ ସର୍ବେକ୍ଷଣରୁ ଉଦ୍ଧାର କରି ସଂବାଦ ସରବରାହ ସଂସ୍ଥାନ ସିଏନ୍‌ଏନ୍‌ କହିଛି। ବିଶ୍ୱରେ ଥିବା ୧୩୩ଟି ସହରର ପ୍ରାୟ ୧୫୦ ପ୍ରକାର ଜିନିଷର ମୂଲ୍ୟାୟନ କରି ଏହି ସର୍ବେକ୍ଷଣ କରାଯାଇଥିଲା।

ସୁଇଜର୍‌ଲାଣ୍ଡ୍‌ର ଜୁରିଚ୍‌ ରହିଛି ଚତୁର୍ଥ ସ୍ଥାନରେ। ଜାପାନର ଓସାକା ଓ ସୁଇଜର୍‌ଲାଣ୍ଡ୍‌ର ଜେନେଭା ମଧ୍ୟ ପଞ୍ଚମ ସ୍ଥାନରେ ରହିଛି। ଦକ୍ଷିଣ କୋରିଆର ସିଓଲ୍‌, ଡେନ୍‌ମାର୍କର କୋପେନ୍‌ହାଗେନ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ମିଳିତ ଭାବେ ସପ୍ତମ ସ୍ଥାନରେ ରହିଛନ୍ତି। ଲସ୍‌ ଯୁକ୍ତରାଷ୍ଟ୍ର ଆମେରିକାର ଏଞ୍ଜେଲେସ୍‌ ସହ ଇସ୍ରାଏଲ୍‌ର ତେଲ୍‌ ଆବିବା ସହର ବିଶ୍ୱର ସବୁଠୁ ମହଙ୍ଗା ସହରର ୧୦ମ ସ୍ଥାନରେ ରହିଛି।

ବିଶ୍ୱର ସବୁଠୁ ଶସ୍ତାରେ ଚଳିବା ଭଳି ସହର ତାଲିକାରେ ରହିଛନ୍ତି ଭେନିଜୁଏଲାର କାରାକାସ୍‌, ସିରିୟାର ଡାମାସ୍‌କସ୍‌, ଉଜ୍‌ବେକିସ୍ଥାନର ତାସକେଣ୍ଟ୍‌, କାଜାଖସ୍ତାନର ଆଲ୍‌ମାଟି, ପାକିସ୍ତାନର କରାଚି, ନାଇଜେରିଆର ଲାଗୋସ୍‌, ଆର୍ଜେଣ୍ଟିନାର ବ୍ୟୁନୋସ୍‌ ଆରିଜ୍‌ ଏବଂ ଭାରତର ତିନୋଟି ସହର ଯଥାକ୍ରମେ ବେଙ୍ଗାଲୁରୁ, ଚେନ୍ନାଇ ଓ ଦିଲ୍ଲୀ।

ସମ୍ବନ୍ଧିତ ଖବର