ଛତିଶଗଡ଼: ବିସ୍ଫୋରଣରେ ୨ ଜଣ ଯବାନ ଆହତ, ଜଣେ ଗୁରୁତର

ସୁକମା: ଛତିଶଗଡ଼ରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ନକ୍ସଲମାନେ ରବିବାର ଆଇଇଡି ବିସ୍ଫୋରଣ କରିଛନ୍ତି। ନକ୍ସଲମାନେ ଭେଜ୍ଜିର ଏଲାଡମଣ୍ଡଗୁ ଅଞ୍ଚଳରେ ଏହି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଡିଆରଜିର ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି।

ସୁକମା ଏସ୍‌ପି ଅଭିଷେକ ମୀନା ବିସ୍ଫୋରଣ ସଂପର୍କରେ ସ୍ପଷ୍ଟ କରି କହିଛନ୍ତି, ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥି ସହିତ ନକ୍ସଲ ଘଟଣା ଘଟିଥିବା ଜଙ୍ଗଲରେ ଯବାନମାନେ ସତର୍କ ରହିଛନ୍ତି।

ଏହା ପୂର୍ବରୁ ନଭେମ୍ବର ୧୪ରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ବିଏସ୍‌ଏଫ୍‌ ଯବାନ ସମେତ କିଛି ସ୍ଥାନୀୟ ନାଗରିକ ମଧ୍ୟ ଗୁରୁତର ହୋଇଥିଲେ। ଏହି ବିସ୍ଫୋରଣ ବିଜାପୁର ଠାରୁ ୭ କିଲୋମିଟର ଦୂର ବିଜାପୁର ଘାଟିରେ ହୋଇଥିଲା। ବିସ୍ଫୋରଣରେ ୪ ଜଣ ବିଏସ୍‌ଏଫ ଯବାନ, ଜଣେ ଡିଆରଜି ଓ ଜଣେ ନାଗରିକ ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ନକ୍ସଲମାନେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବସ୍ତରରେ ଆଇଇଡି ବିସ୍ଫୋରଣ କରିଥିଲେ। ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର ୨୦ରେ ମତଦାନ ହେବ। ମତଗଣନା ଡିସେମ୍ବର ୨୦ରେ ହେବ।

ସମ୍ବନ୍ଧିତ ଖବର