ଗିର୍‌ ଜଙ୍ଗଲ ନିକଟରେ ତିନୋଟି ସିଂହଙ୍କ ଉପରେ ଚଢ଼ିଗଲା ମାଲଗାଡ଼ି

ଅହମଦାବାଦ: ଗୁଜରାଟର ଆମରେଲି ଜିଲ୍ଲା ଅନ୍ତର୍ଗତ ଗିର ଜଙ୍ଗଲ ପାଖରେ ଗୋଟାଏ ମାଲଗାଡ଼ି ଧକ୍କା ଦେବା ଯୋଗୁଁ ତିନୋଟି ସିଂହଙ୍କର ମୃତ୍ୟୁ ଘଟିଛି।

ଗିର ଜଙ୍ଗଲ ପାଖରେ ଅବସ୍ଥିତ ସବରକୁଣ୍ଡଲା ତାଲୁକ ଅଞ୍ଚଳର ବୋରାଲା ଗାଁ ଅତିକ୍ରମ କରି ସାରିବା ପରେ ଏକ ୬ଟିକିଆ ସିଂହ ପଲ ରେଳ ଧାରଣା ପାଖେ ପାଖେ ଯାଉଥିବା ବେଳେ ଦୁର୍ଘଟନା ଘଟିଥିବା କଥା  ଜଣେ ଅଧିକାରୀ କହିଛନ୍ତି।

ଜୁନାଗଡ଼ ବନ୍ୟପ୍ରାଣୀ ସର୍କଲ୍‌ର ମୁଖ୍ୟ ବନସଂରକ୍ଷକ ଡି ଟି ବାସବଦା କହିଛନ୍ତି:  ବୋତାଦରୁ ପିପାବାବ ବନ୍ଦର ଅଭିମୁଖେ ଯାଉଥିବା ଏକ ମାଲଗାଡ଼ି ମଧ୍ୟ ରାତ୍ରୀରେ ୬ଟିକିଆ ସିଂହ ପଲକୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ସିଂହ ଓ ଗୋଟିଏ ସିଂହୀର ମୃତ୍ୟୁ ଘଟିଛି।

ଗୁଜରାଟ ବନ ବିଭାଗ ଘଟନାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି।

ଦ୍ରୁତ ବେଗରେ ଟ୍ରେନ୍‌ଟି ଯାଉଥିବାରୁ କି, ବନ କର୍ମଚାରୀ କିଂବା ଲାୟନ୍‌ ଟ୍ରାକର୍‌ଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଦୁର୍ଘଟନା ଘଟିଛି ତାହା ତଦନ୍ତ କରାଯିବ। ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପ୍ଟେମ୍ବର ମାସ ଠାରୁ ଏହାକୁ ମିଶାଇ ଗିର ଜଙ୍ଗଲରେ ୩୫ଟି ସିଂହଙ୍କର ମୃତ୍ୟୁ ଘଟିଲାଣି।

ସମ୍ବନ୍ଧିତ ଖବର